ପୁରୀ,୪/୮ – ଜୁଲାଇ ୨୭ ରୁ ନିଳାଦ୍ରୀ ବିଜେ ପରେ ସରିଗଲାଣି ରଥଯାତ୍ରା | ଏବେ ସହର ର ବଡଦାଣ୍ଡ, ସାହିଗଳିକନ୍ଦି ରୁ ଅଳିଆ ଆବର୍ଜନା ସଫା ହୋଇନାହିଁ | ବଡଦାଣ୍ଡ ର ଦୁଇ ପାର୍ଶ୍ୱରେ ରହିଛି ଡ୍ରେନ | ଡ୍ରେନ ଓ ଡ୍ରେନ ର ସ୍ଲାପ ରାସ୍ତା ଠାରୁ ଦେଢ଼ ଫୁଟ ଉଚ୍ଚାରେ ରହିଛି | ନୀଳାଦ୍ରିବିଜେ ଦିନ ପ୍ରବଳ ବର୍ଷା ରେ ବଡଦାଣ୍ଡ ର ଦୃଶ୍ୟ ନଦୀବନ୍ୟା ପରି ହୋଇଥିଲା | ଲକ୍ଷ ଲକ୍ଷ ପ୍ଲାଷ୍ଟିକ ବୋତଲ, ଅଳିଆ ବଡଦାଣ୍ଡ ରେ ଭାସିଥିଲା | ଜାତୀୟ ରାଜପଥ ବଡଦାଣ୍ଡ ରେ ବାରିକେଟ ଯୋଗୁଁ ହଜାର ହଜାର ଗାତ ଏବେ ଆକାଶ କୁ ଚାହିଁ ରହିଛି | ନଳାପାଣି ଦାଣ୍ଡକୁ ନ ଆସିବା ପାଇଁ ଓ ରଥଯାତ୍ରୀ ନ ଝୁଣ୍ଟିବା ପାଇଁ ହଜାର ହଜାର ବାଲିବସ୍ତା ଡ୍ରେନ କଡ ରେ ରଖାଯାଇ ଥିଲା |ଆଜକୁ ୯ ଦିନ ହେଲାଣି ସେହି ବାଲିବସ୍ତା ପଡ଼ିରହିଛି | ଡ୍ରେନେଜ ବିଭାଗ ଓ ମହାନଗର ନିଗମ ପକ୍ଷ ରୁ ଏହାକୁ ସଫା କରାଯାଇ ନାହିଁ | ବଡଦାଣ୍ଡ ମଝି ଅଂଶ କୁ ଦିନକୁ ଚାରି ଥର ପହଁରା ମାରୁଥିଲେ ମଧ୍ୟ ଦୁଇ ପାର୍ଶ୍ଵ ରେ ଅଳିଆ, ବାଲିବସ୍ତା ଦେଖି ପର୍ଯ୍ୟଟକ, ତୀର୍ଥଯାତ୍ରୀ ବିଗୁଡୁଛନ୍ତି | ବଡଦାଣ୍ଡ ରୁ ବାଲିବସ୍ତା, ଅଳିଆ, ଡ୍ରେନ ତଳ ଓ ଡ୍ରେନ ଉପର ପାର୍ଶ୍ଵ ସଫା ପାଇଁ ନଗରବାସୀ ଦାବୀ କରିଛନ୍ତି |

