You are currently viewing ସାମ୍ବାଦିକ ନାରାୟଣ ସେଠୀଙ୍କୁ ସାନଖେମୁଣ୍ଡି ନ୍ୟୁ ପ୍ରେସ କ୍ଲବ୍ ରେ ସମ୍ପାଦକ ଦାୟିତ୍ଵ
ସାମ୍ବାଦିକ ନାରାୟଣ ସେଠୀଙ୍କୁ ସାନଖେମୁଣ୍ଡି ନ୍ୟୁ ପ୍ରେସ କ୍ଲବ୍ ରେ ସମ୍ପାଦକ ଦାୟିତ୍ଵ

ସାନଖେମୁଣ୍ଡି, ():ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର କାର୍ଯ୍ୟରତ ଓ ସଚ୍ଚୋଟ ସାମ୍ବାଦିକ ମାନଙ୍କୁ ନେଇ ଏକ ନ୍ୟୁ ପ୍ରେସ କ୍ଲବ୍ ଗଠନ କରି ଏକ ନୂଆ କାର୍ଯ୍ୟକ୍ରମକୁ କଳ୍ପନା କରି ସାହସପୁରସ୍ଥିତ ଭାଗବତ ମନ୍ଦିର ପ୍ରାଙ୍ଗଣରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ବିନାୟକ ଦାସଙ୍କୁ ଉପଦେଷ୍ଟା ଏବଂ ସାମ୍ବାଦିକ ପଦ୍ମଲୋଚନ ପାଣିଗ୍ରାହୀଙ୍କୁ ସଭାପତି ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ସେହିପରି ସାମ୍ବାଦିକ ନାରାୟଣ ସେଠୀଙ୍କୁ ସମ୍ପାଦକ ଚୟନ ଏବଂ ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ବୈଠକରେ ସାମ୍ବାଦିକତାର ମୂଳ ଦାୟିତ୍ୱ, ନିରପେକ୍ଷତା ଓ ସାମାଜିକ ପ୍ରତିବଦ୍ଧତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜନସାଧାରଣଙ୍କ ବିଭିନ୍ନ ସମସ୍ୟା, ଅଭାବ ଓ ଅଭିଯୋଗକୁ ନିରପେକ୍ଷ ଭାବେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଅଧିକାରୀ ଙ୍କ ନିକଟରେ ଉପସ୍ଥାପନ କରିବା ସହ ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ୱୟର ସେତୁ ଭାବେ କାର୍ଯ୍ୟ କରିବାକୁ ସଦସ୍ୟମାନେ ମତ ପ୍ରକାଶ କରିଥିଲେ। ବିଶେଷକରି ସରକାରଙ୍କ ଯୋଜନା ଅଞ୍ଚଳର ବିଭିନ୍ନ ଜନସମସ୍ୟା, ବିକାଶମୂଳକ କାର୍ଯ୍ୟକ୍ରମ ଓ ସାଧାରଣ ଲୋକଙ୍କ ସ୍ୱରକୁ ପ୍ରଶାସନ ଏବଂ ସରକାରଙ୍କ ନିକଟରେ ପହଞ୍ଚାଇବା ସହିତ ସାମ୍ବାଦିକତାର ମର୍ଯ୍ୟାଦା ଓ ବିଶ୍ୱସନୀୟତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନବନିର୍ବାଚିତ କର୍ମକର୍ତ୍ତାମାନେ କ୍ଲବର ଉନ୍ନତି, ସାମ୍ବାଦିକମାନଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାକୁ ପ୍ରମୁଖତାର ସହ ଉଠାଇବା ପାଇଁ ସମୂହ ପ୍ରୟାସ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ବୈଠକ ରେ ସଂଘର, ରଘୁନାଥ ନାୟକ, ସୁଦର୍ଶନ ଚୌଧରୀ,ଅଜୟ କୁମାର ସ୍ୱାଇଁ,ଅମିତ୍ କୁମାର ସାହୁ,ଶିବରାମ ସ୍ବାଇଁ ,ପ୍ରଫୁଲ୍ଲ , ସପନ କୁମାର ଦାସ, ପ୍ରମୁଖ ଉପସ୍ଥିତ ରହିଥିଲେ। ଏକ ସ୍ୱଚଟ ଓ ନିର୍ଭୟ ଏବଂ ନିରପେକ୍ଷ ସାମ୍ବାଦିକ ଭାବେ ପରିଚିତି ଥିବା ସାମ୍ୱାଦିକ ନାରାୟଣ ସେଠୀଙ୍କୁ ସମ୍ପାଦକ ଭାବେ ଦୟୂତ୍ୟ ମିଳିଥିବାରୁ ସାନଖେମୁଣ୍ଡି ଅଞ୍ଚଳବାସିଙ୍କ ହୃଦୟରେ ଆଶାର ଆଲୋକ ତିଆରି ହୋଇଛି।