You are currently viewing ସ୍ବଚ୍ଛ ଓ ପ୍ରଦୂଷଣ ମୁକ୍ତ ବେଳାଭୂମି ପର୍ଯ୍ୟଟନ ଶିଳ୍ପ କୁ ସମୃଦ୍ଧ କରିବ ।
ସ୍ବଚ୍ଛ ଓ ପ୍ରଦୂଷଣ ମୁକ୍ତ ବେଳାଭୂମି ପର୍ଯ୍ୟଟନ ଶିଳ୍ପ କୁ ସମୃଦ୍ଧ କରିବ ।

ପୁରୀ ୧୫/୯ ପର୍ଯ୍ୟଟନ ସହ ପୁରୀ ର ଅର୍ଥନୀତି ଜଡିତ।ତେଣୁ ସ୍ବଚ୍ଛ ଓ ପ୍ରଦୂଷଣ ମୁକ୍ତ ବେଳାଭୂମି ପର୍ଯ୍ୟଟନ ଶିଳ୍ପ କୁ ଅଧିକ ଋଦ୍ଧିମନ୍ତ କରିବା ସହ ଅର୍ଥନୀତି କୁ ସମୃଦ୍ଧ କରିବ ବୋଲି ଆଶାପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା
ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ସ୍ବଛ ସାଗର ସୁରକ୍ଷିତ ସାଗର ଅଭିଯାନ ଅନ୍ତର୍ଗତ ଏକ ବୈଠକ ପୁରୀ ର ହୋଟେଲ ମାଲିକ ସଂଘ ସହ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପୁରୀ ଜିଲ୍ଲା ଉଭୟ ଆଧ୍ୟାତ୍ମିକ ଓ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ ହୋଇ ଥିବାରୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହୋଇ ଥାଏ।ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ର କୂଳ ଉପଭୋଗ କରିବାକୁ ପ୍ରତ୍ୟେକ ଙ୍କ ର ଆଗ୍ରହ ରହିଥିବା ରୁ ସେଥିପାଇଁ ଆମ ସମସ୍ତ ଙ୍କୁ ଯତ୍ନବାନ ହେବାକୁ ପଡିବ।ସମୁଦ୍ର କୂଳକୁ ପ୍ରତ୍ୟେକ ଦିନ ସ୍ବଛ ଓ ସୁନ୍ଦର ରଖିବା ଦାୟିତ୍ୱ ଆମ ସମସ୍ତଙ୍କର ହେବା ଆବଶ୍ୟକ ବୋଲି ସେ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଭୋଇ କେବଳ ପ୍ରଶାସନ ବା ମହାନଗର ନିଗମ ଦ୍ଵାରା ପୁରୀ ସହର ବା ସମୁଦ୍ର କୂଳ ପରିସ୍କାର ହୋଇ ପାରିବ ନାହିଁ।ଏଥିପାଇଁ ସାଧାରଣ ଜନତା ହୋଟେଲ ମାଲିକ ସଂଘ, ବିଚ ପରିଚାଳନା କମିଟି ପ୍ରଭୃତି ସଂଗଠନ ମାନଙ୍କର ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ।ବୈଠକରେ ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ହୋଟେଲ ମାଲିକ ସଂଘର ସଭାପତି ରାମକୃଷ୍ଣ ଦାସ ମହାପାତ୍ର,ଅନ୍ୟାନ୍ୟ ସଦସ୍ୟ,ବିଚ ପରିଚାଳନା ସଦସ୍ୟ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ବର୍ଷ ସାରା ସମୁଦ୍ର କୂଳ ସ୍ବଛତା ରଖିବା, ଏଥିପାଇଁ ସଚେତନତା ସୃଷ୍ଟି କରିବା, ପର୍ଯ୍ୟଟକ ମାନଙ୍କୁ ସଚେତନ କରାଇବା ସମ୍ପର୍କରେ ଆଲୋଚନା କରାଯାଇଥିଲା।ସପ୍ତାହ ବ୍ୟାପୀ ଏହି ଅଭିଯାନ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦିଆଯାଇଥିଲା।