ରାଇଘର ନୂତନ ବସ୍ ଷ୍ଟାଣ୍ଡଠାରେ ଆୟୋଜିତ ହୋଇଥିଲା ଗଣ୍ଡା ସମାଜ ଛାତ୍ର ସଂଘ (GSSU), ରାଇଘରର ଏହି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ସଭା। ବହୁ ଦିନର ଅପେକ୍ଷାର ଆଜି ଘଟିଛି ଅନ୍ତ। ସମାଜର ଏକତା, ଶିକ୍ଷା, ଅଧିକାର ଓ ସାମଗ୍ରିକ ବିକାଶକୁ ନୂତନ ଦିଗ ଦେବା ଲକ୍ଷ୍ୟରେ ଏଠାରେ ବିଧିବଦ୍ଧ ଭାବେ ସଂଘର ଦାୟିତ୍ୱ ପ୍ରଦାନ କରାଯାଇଛି।ବହୁ ଦିନର ଅପେକ୍ଷାର ଘଟିଲା ଅନ୍ତ! ରାଇଘରରେ ଗଠନ ହେଲା GSSU ଗଣ୍ଡା ସମାଜ ଛାତ୍ର ସଂଘ, ନୂତନ ନେତୃତ୍ୱଙ୍କ କାନ୍ଧରେ ଦିଆଗଲା ସମାଜର ଉନ୍ନତିର ଗୁରୁଦାୟିତ୍ୱ।କାର୍ଯ୍ୟକ୍ରମର ଆରମ୍ଭରେ ସର୍ବପ୍ରଥମେ ଭାରତୀୟ ସମ୍ବିଧାନର ପ୍ରଣେତା, ମହାନ ସମାଜ ସଂସ୍କାରକ ଓ ଭାରତରତ୍ନ ବାବା ସାହେବ ଡ଼. ବି.ଆର୍. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ଓ ସମ୍ମାନର ସହ ପୂଜାର୍ଚ୍ଚନା କରାଯାଇଥିଲା। ବାବା ସାହେବଙ୍କ ଆଦର୍ଶ, ଶିକ୍ଷା ଓ ସମାନତାର ବାର୍ତ୍ତାକୁ ପାଥେୟ କରି ପରବର୍ତ୍ତୀ ସମୟରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜର ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ଏକ ସଂଗଠିତ ମଞ୍ଚରେ ଏକତ୍ରିତ କରି ସମାଜର ଉନ୍ନତି ପାଇଁ ଏକ ନୂତନ ଦିଗ ନିର୍ଦ୍ଧାରଣ କରିବା।ବିଶେଷକରି ସମାଜରେ ଶିକ୍ଷାର ପ୍ରସାର, ଯୁବକଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ, ଆର୍ଥିକ ସମସ୍ୟାର ସମାଧାନ, ସାମାଜିକ ଅଧିକାରର ସୁରକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଗାମୀ ଦିନରେ ସଂଘ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛି।ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତାଙ୍କୁ ମଧ୍ୟ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସଭାପତି ଭାବେ ମାଧବ ବାଘ, ସମ୍ପାଦକ ଭାବେ ଜଗଦୀଶ ସୁନା ଏବଂ କୋଷାଧ୍ୟକ୍ଷ ଭାବେ ମହେଶ ସୁନାଙ୍କୁ ମନୋନୀତ କରାଯାଇ ଗୁରୁଦାୟିତ୍ୱ ଅର୍ପଣ କରାଯାଇଥିଲା।ଉଲ୍ଲେଖନୀୟ ଯେ, ରାଇଘର ବ୍ଲକର ୨୬ଟି ପଞ୍ଚାୟତର ବରିଷ୍ଠ ସମାଜବନ୍ଧୁ ଓ ଶହ ଶହ ଛାତ୍ରଙ୍କ ଉପସ୍ଥିତିରେ ଏହି ନୂତନ ଦାୟିତ୍ୱ ପ୍ରଦାନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ବିପୁଳ ଉପସ୍ଥିତି ସମାଜର ଏକତା, ସଂଗଠନ ପ୍ରତି ଆଗ୍ରହ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଥିବା ନୂତନ ଆଶା ଓ ଉତ୍ସାହକୁ ପ୍ରତିଫଳିତ କରିଥିଲା।ତେବେ ଆଜି ଦିଆଯାଇଥିବା ଏହି ଦାୟିତ୍ୱ କେବଳ କିଛି ପଦପଦବୀ ନୁହେଁ, ବରଂ ଏହା ସମାଜର ଭବିଷ୍ୟତ ଗଠନ ପାଇଁ ଏକ ବଡ଼ ଦାୟିତ୍ୱ। ନୂତନ ନେତୃତ୍ୱ କିପରି ସମାଜର ଛାତ୍ର ଛାତ୍ରୀ ଙ୍କ ସମସ୍ୟା, ଶିକ୍ଷା ଓ ରୋଜଗାର କ୍ଷେତ୍ରରେ ନୂତନ ପରିବର୍ତ୍ତନ ଆଣିବା ସହ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖିବେ, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ।ବାବା ସାହେବଙ୍କ ଶିକ୍ଷା, ସଂଗଠନ ଓ ସଂଗ୍ରାମର ଆଦର୍ଶକୁ ନେଇ ଯଦି ଯୁବପିଢ଼ି ଆଗକୁ ବଢ଼ିବେ, ତେବେ ନିଶ୍ଚିତ ଭାବେ ସମାଜରେ ଏକ ନୂତନ ଜାଗରଣ ସୃଷ୍ଟି ହୋଇପାରିବ। ବୋଳି ସମାଜର ଆଶା ଓ ଭରସା।
