You are currently viewing ବେଗୁନିଆପଡା ବ୍ଲକ ରେ କଳାକାର ଚୟନ ଶିବିର ଅନୁଷ୍ଠିତ
ବେଗୁନିଆପଡା ବ୍ଲକ ରେ କଳାକାର ଚୟନ ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି କଳାକାର ଚୟନ ଶିବିର ଅନୁଷ୍ଠିତ ହୋଈ ଯାଇଛି ! ଏହି ଶିବିର ରେ ବ୍ଲକ ର ବିଭିନ୍ନ ଗ୍ରାମର 96 ଜଣ ଓ କୋଦଳା ଏନ ଏ ସି ରୁ 15 ଜଣ କଳାକାର ଙ୍କ ତାଲିକା ଜିଲ୍ଲା ସଂସ୍କୃତି ବିଭାଗ ରୁ ଆସିଥିଲା ! ଏହି ଦୁଇ ଦିନରେ ବ୍ଲକ ଅଂଚଳରୁ 78 ଜଣ ଉପସ୍ଥିତ ହୋଈ ଥିବା ବେଳେ ଏନ ଏ ସି ରୁ 12 ଜଣ କଳାକାର ଉପସ୍ଥିତ ରହି କଳା ପ୍ରଦର୍ଶନ କରିଥିଲେ ! ଏହି ଶିବିରରେ ଚୟନକର୍ତ୍ତା ଭାବେ ଏବିଡ଼ିଓ ନିରଞ୍ଜନ ବେହେରା, ବି ଏସ ଏସ ଓ ଅରୁଣ କୁମାର ନାୟକ, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ସମାଜସେବୀ ମହେଶ୍ୱର ବରାଡ଼ , ଆସିକା ସମବାୟ ନିର୍ଦେଶକ ହୃଷିକେଶ ମେହେଣା, ସରପଞ୍ଚ ସନ୍ତୋଷ କୁମାର ବିଶ୍ୱାଳ ଯୋଗଦେଇ ଥିଲେ !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ।