You are currently viewing କଇଠଖଣ୍ଡି ପଞ୍ଚାୟତରେ ଇଣ୍ଡୋନେସିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୪ ଜଣିଆ ଟିମ୍
କଇଠଖଣ୍ଡି ପଞ୍ଚାୟତରେ ଇଣ୍ଡୋନେସିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୪ ଜଣିଆ ଟିମ୍

ଇଣ୍ଡୋନେସିଆର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୪ ଜଣିଆ ଟିମ୍ ସଦସ୍ୟ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ପରିଦର୍ଶନରେ ଆସିଥିବା ଜଣାପଡିଛି । ଖବରନୁଯାୟୀ , ରାଜ୍ୟ ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡ଼ଃ . ବିଜୟଙ୍କ ନେତୃତ୍ୱରେ ଇଣ୍ଡୋନେସିଆର ଡଃ . ଫେମ୍ବ୍ରିଆନା ସ୍ୟେରିଫା , ଫେବି ଅଂଘ୍ରାଇନି, ସିଜିଟ୍ ସୁଲିଷ୍ଟ୍ୟୋ , ନି ମେଡ ଡିଆ ପର୍ମାଟା ଲକ୍ଷ୍ମୀ ଡି ପ୍ରଥମେ ପଞ୍ଚାୟତରେ ପହଞ୍ଚି ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ସହ ବିଶେଷ ଆଲୋଚନା କରିଥିଲେ । ଏହା ପୂର୍ବରୁ ସରପଞ୍ଚଙ୍କ ସହଧର୍ମିଣୀ ପଲ୍ଲବୀ ରାଣୀ ଗୈାଡ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ବିଶେଷକରି କଇଠଖଣ୍ଡି ଗ୍ରାମରେ ଥିବା ଆୟୁର୍ବେଦିକ ଚିକିତ୍ସାଳୟ ଏବଂ ଉପକେନ୍ଦ୍ରର ଭିତ୍ତିଭୂମିକୁ ଦେଖି ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ। ଆୟୁର୍ବେଦିକ ଚିକିତ୍ସାଳୟ ପରିସରରେ ଲଗାଯାଇଥିବା ସମସ୍ତ ଔଷଧୀୟ ବୃକ୍ଷର ଉପକାରିତା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟା କରିଥିଲେ। ଆୟୁର୍ବେଦିକ ଚିକିତ୍ସାଳୟ ପାର୍ଶ୍ଵରେ ଥିବା ଯୋଗ ଓ ପ୍ରାଣାୟାମ କକ୍ଷକୁ ପରିଦର୍ଶନ କରିଥିଲେ ଏବଂ ଯୋଗ ଶିକ୍ଷକ ସମସ୍ତ ଯୋଗ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏଥିସହ ଆୟୁର୍ବେଦିକ ଚିକିତ୍ସାଳୟ ପରିସର ଭିତରେ ନୂତନ ଭାବେ ତିଆରି ହୋଇଥିବା ବ୍ଯାୟାମଶାଳା ପରିଦର୍ଶନ କରି ଏବଂ ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଥିଲେ । ଶେଷରେ ସରପଞ୍ଚ ଶ୍ରୀ ମନୋରଞ୍ଜନ ଗୌଡଙ୍କୁ ଧନ୍ୟବାଦ ଜଣାଇବା ସହ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଦୃଷ୍ଟିରେ ରଖି ଆଦର୍ଶ ପଞ୍ଚାୟତ ରୂପେ ପୁରସ୍କାର ପ୍ରଦାନ କରି ଫେରିଥିଲେ । ଏହି ସମୟରେ ଜିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡଃ . ରାମଚନ୍ଦ୍ର ବେହେରା , ବରିଷ୍ଠ ଆୟୁର୍ବେଦ ଚିକିତ୍ସକ ଶିଶିର କାନ୍ତ ମିଶ୍ର , ଆୟୁର୍ବେଦ ଚିକିତ୍ସକ ଡଃ . ଅନୀଲ କୁମାର ସାହୁ , ଅଜିତ କୁମାର ତ୍ବିୱରୀ , ଆୟୁଷ ଡାକ୍ତର ଉତ୍ତରା ପଟ୍ଟନାୟକ , କଇଠଖଣ୍ଡି ଆୟୁର୍ବେଦ ଚିକିତ୍ସକ ବିଜୟଲକ୍ଷ୍ମୀ ପୃଷ୍ଟି , ଆୟୁର୍ବେଦ ସହାୟକ ଜସ୍ମୀନ ମହାନ୍ତି , ଯୋଗ ପ୍ରଶିକ୍ଷକ ଅନୀଲ ପାତ୍ର , ପ୍ରଶିକ୍ଷୀକା ଶ୍ରୀମତୀ ପଣ୍ଡା , ବିଭୂତି ଭୂଷଣ ଗୌଡ, ବିଶ୍ଵନାଥ ଗୌଡ, ସୁନିଲ କୁମାର ଗୌଡ, ରାଧାକୃଷ୍ଣ ଗୌଡ, ପିଣ୍ଟୁ ପଣ୍ଡା , ଲକ୍ଷ୍ମଣ କୁମାର ଗୌଡ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ ଓ ମିଶନ ଶକ୍ତି ମହିଳା ଗୋଷ୍ଠୀ ସହାୟତା ଯୋଗାଇ ଦେଇଥିଲେ । ଦିଗପହଣ୍ଡି ରୁ କିରଣ କୁମାର ବେହେରା ରିପୋର୍ଟ