ଆସିକା,୨/୧ (ଶକ୍ତି ପ୍ରସାଦ କର)ଓଡିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ଅବସରରେ ଅର୍ଥାତ ୨୦୩୬ ମସିହା ବେଳକୁ ଓଡିଶା ରାଜ୍ୟ ଭାରତର ଅନ୍ୟରାଜ୍ୟ ତୁଳନାରେ ବରିଷ୍ଠ ନାଗରିକ ଏବଂ ଶିଶୁମାନଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ତମ ସେବା ଯୋଗାଇଦେବା ସହିତ ଓଡିଶାର ମାନକୁ ବିଶ୍ବସ୍ତରୀୟ କରିବା ଲକ୍ଷ ନେଇ ଜାତୀସଂଘ ୟୁନେଫା ସହାୟତାରେ ସାମାଜିକ ସୁରକ୍ଷା, ଜୀବନଜିବିକା, ନିରୋଗ ଜୀବନଜାପନ, ଉତ୍ତମ ଖାଦ୍ୟ ଓ କୃଷିର ଉନ୍ନତି ସହିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ପରିବେଶର ସୁରକ୍ଷା ଦିଗରେ ଯୋଜନା ତିଆରି କରିବା ପାଇଁ ଆଲୋଚନା କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଜାତୀସଂଘର ଭାରତ ଓ ଭୁଟାନ ଦାୟିତ୍ୱରେ ଥିବା ନିର୍ଦ୍ଦେଶିକା ଆଣ୍ଡିଆ ଓ୍ବାଜନର , ଡକ୍ଟର ନାଦିମ୍ ନୁର୍, କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଡେପୁଟି ଆଡଭାଇଜର ଡଃ.ମୁନିରିଜୁ, ଭାରତୀୟ ପ୍ରଶାସନିକ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଆଇ.ଏ.ଏସ୍ ଡଃ. ସୁରେନ୍ଦ୍ର ନାଥ ତ୍ରିପାଠୀ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆଇ.ଏ.ଏସ୍. ଡଃ. ଆର୍ ବାଲ କ୍ରିଷ୍ଟାନ, ଉନ୍ନୟନ କମିସନର ତଥା

ଅତିରିକ୍ତ ମୁଖ୍ୟ ଶାଶନ ସଚିବ, ଶ୍ରୀମତୀ ଅନୁ ଗର୍ଗ, ସ୍ବତନ୍ତ୍ର ସଚିବ ଉଶା ପାଢୀଙ୍କ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନ ଯୋଗଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଆସିକା ବ୍ଳକ ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ ଯୋଗଦେଇ ଓଡିଶା ବିକାଶ ସମିଳନିରେ ଭାଗ ନେଇଥିଲେ।

