You are currently viewing ଝିପି ଝିପି ବର୍ଷା ରେ ନଷ୍ଟ ହେବାକୁ ବସିଛି ସୁନାର ଫସଲ
ଝିପି ଝିପି ବର୍ଷା ରେ ନଷ୍ଟ ହେବାକୁ ବସିଛି ସୁନାର ଫସଲ

ଖଲ୍ଲିକୋଟ :5/11 ସମ୍ପ୍ରତି ‘ମିଗଜୋମ ‘ବାତ୍ୟା ପ୍ରଭାବ ରେ ଗଞ୍ଜାମ ର ବିଭିନ୍ନ ସ୍ଥାନରେ ଝିପି ଝିପି ଲଗାଣ ବର୍ଷା ସାଙ୍ଗକୁ କୋହଲା ପାଗ ଅନୁଭୂତ ହୋଇଛି |ଯା ଫଳରେ ଖଲ୍ଲିକୋଟ ବ୍ଲକ ର 29 ଗୋଟି ପଂଚାୟତ ର 8,700 ହେକ୍ଟର ଖରିଫ ଧାନ ଚାଷ କ୍ଷତିଗ୍ରସ୍ତ ହେବାକୁ ବସିଲାଣି | ବର୍ତ୍ତମାନ ଖଲ୍ଲିକୋଟ ବ୍ଲକ ରେ ମାତ୍ର 40 ଭାଗ ଧାନ କଟା ଯାଇଥିବା ବେଳେ ପ୍ରାୟ 60 ଭାଗ ଧାନ ଫସଲ ଏବେବି ଖେତ ରେ ପଡି ରହିଛି | ବର୍ଷା କୁ ଆଖି ଆଗରେ ରଖି କେତକ ଚାଷୀ ଧାନ ଫସଲ ତରବରିଆ ଭାବେ କାଟି ବିଲ ହୁଡ଼ା ରେ ରଖିଥିବା ବେଳେ ତୁହାକୁ ତୁହା ଝିପି ଝିପି ବର୍ଷା ରେ ବୁଡିବାକୁ ବସିଲାଣି | ସେହିପରି ବହୁ ପରିମାଣ ଧାନ ଫସଲ ରେ କେଣ୍ଡା ସବୁ ବର୍ଷା ପାଣି ମାଡ଼ ରେ ଧାନ ଗଛ ସବୁ ପାଣି ରେ ପଡ଼ିଗଲାଣି |ତେଣୁ ଧାନ ଆଦାୟ କରିବା ନେଇ ଚାଷୀଙ୍କ ମହଲରେ ଆଶଙ୍କା ଦେଖା ଦେଲାଣି |

ଚାଷୀ ମାନେ କିଛି ଅମଳ ଧାନ କୁ ରାସ୍ତା କଡ଼ ରେ ରଖି ଜରି ପାଲ ଘୋଡ଼ାଇ ସାଇତିବା ଉଦ୍ୟମ ହୋଇଛି | ଯଦିଓ ବର୍ଷା ର ବେଗ ଅଧିକ ହୋଇନି ତଥାପି ଏହି ବର୍ଷା ରେ ପନିପରିବା ଫସଲ ନଷ୍ଟ ହେବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି |କୃଷି ବିଭାଗ ଓ ଉଦ୍ୟାନ ବିଭାଗ ର ସଚେତନେତା ସତ୍ୱେ ବୁଧବାର ଦିନ ଭୋର ରୁ ଲଗାଣ ବର୍ଷା ଆରମ୍ଭ ହେବା ଫଳରେ ଧାନ ସାଙ୍ଗକୁ ପନିପରିବା ଫସଲ ଉଜୁଯିବା ସମ୍ଭାବନା ଦେଖାଦେଲାଣି |ଧାନ ର ଅମଳ ସମୟରେ ରେ ଏଭଳି ବର୍ଷା ପ୍ରତିବର୍ଷ ଲାଗି ରହିବା ଯୋଗୁ ଚାଷୀଙ୍କୁ ହତାଶ କରିବା ସହ ଚାଷୀଙ୍କ ଉପରେ ଋଣ ବୋଝ ବଢିବା ସହ ଚାଷୀଙ୍କ ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପଡୁଛି |ଲଗାଣ ବର୍ଷା ରେ ଚାଷ ଜମି ସବୁ ବେହାଲ ହେବା ସାଙ୍ଗକୁ ଲୋକ ମାନେ ଘରୁ ବାହାରିବା କଷ୍ଟ ହୋଇପଡୁଛି |.

ଏହି ବର୍ଷା ଆଗକୁ ଲାଗି ରହିଲେ ଧାନ ଫସଲ ସବୁ ବର୍ଷା ଜଳ ରେ ବୁଡି ନଷ୍ଟ ହେବା ର ସମ୍ଭାବନା ଏଡାଇ ଦିଆ ଯାଇ ନ ପ|ରେ |ଅସହାୟ ଚାଷୀ ପରିବର୍ତ୍ତିତ ପାଗ ଦେଖି ବର୍ଷକର କଷ୍ଟ ରେ ଆଦାୟ କରିବାକୁ ବସିଥିବା ସୁନାର ଫସଲ ପାଣି ରେ ବୁଡିଯିବା ନେଇ ଦୁଃଖ ରେ ମ୍ରିୟମାଣ ହୋଇପଡ଼ିଲାଣି | ସେହିପରି ଲଗାଣ ବର୍ଷା ରେ ଚିଲିକା କୁ ମସ୍ଚ୍ୟଜିବୀ ମାନେ ମଧ୍ୟ ଯାଇନଥିବା ଜଣାପଡିଛି |

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )