You are currently viewing କୋଦଳାରେ ପ୍ରାଇମା ପବ୍ଲିକ ସ୍କୁଲକୁ ଟାର୍ଗେଟ କଲେ ଅଜଣା ଦୁବୃତ୍ତ।
କୋଦଳାରେ ପ୍ରାଇମା ପବ୍ଲିକ ସ୍କୁଲକୁ ଟାର୍ଗେଟ କଲେ ଅଜଣା ଦୁବୃତ୍ତ।

କୋଦଳା (କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ସ୍କୁଲ ହତାରେ ପଶି ଦୁବୃର୍ତ୍ତକଂ ଭଙ୍ଗାରୁଜା। ଝରକା ଗ୍ଲାସ୍ ଭାଗିଂବା ସହ ସ୍କୁଲ ର ଖେଳନା ସାମଗ୍ରୀ ଗୁଡିକୁ ଭାଙ୍ଗି ନଷ୍ଟ କରି ଦେଇଛନ୍ତି ଦୁବୃତ୍ତ। ଗଞ୍ଜାମ ଜିଲ୍ଲା କୋଦଳା ଠାରେ ଥିବା ପ୍ରାଇମା ପବ୍ଲିକ ସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତ ବିଳମ୍ବିତ ରାତିରେ କୌଣସି ଦୁବୃତ୍ତ ଏହି ସ୍କୁଲରେ ପଶି ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ବେଳେ ଏନେଇ ଆଜି କୋଦଳା ଥାନାରେ ଏତଲା ଦେଇଛନ୍ତି ବିଦ୍ଯାଳୟର ଅଧ୍ଯକ୍ଷ ଅମୀୟ କୁମାର ଦାସ। ସେପଟେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଏଠାରେ ଅଧ୍ଯୟନ କରୁଥିବା ବେଳେ ପରୀକ୍ଷା ଚାଲିଥିଲା ।ଏଭଳି ଘଟଣା ଯୋଗୁଁ ଆଜି ପିଲାମାନଙ୍କ ପରୀକ୍ଷା ବାତିଲ କରାଯାଇଛି। ବିଦ୍ୟାଳୟର ସମସ୍ତ ଆସବାବ ପତ୍ର ଏପଟ ସେପଟ ଅବସ୍ଥାରେ ପଡିଛି। ପ୍ରତି ଝରକାରେ ଲାଗିଥିବା କାଚ ଭାଗିଂ ଯାଇଛି। ଏଣେତେଣେ ଭଗାଂ କାଚ ଗୁଡିକ ପଡି ରହିଛି। ବିଦ୍ୟାଳୟର ଝରକା ଗୁଡିକର କାଚ ଭାଗିଂ ଆସବାବପତ୍ର ଗୁଡିକୁ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ଦୁବୃତ୍ତ। କିନ୍ତୁ ବିଦ୍ୟାଳୟର ତାଲା ଭାଙ୍ଗି ନଥିବାରୁ ଭିତରେ ଥିବା ଜିନିଷ ସୁରକ୍ଷିତ ରହିଛି। ତେବେ ବିଦ୍ୟାଳୟକୁ ଦୁବୃତ୍ତ ମାନେ କାହିଁକି ଟାର୍ଗେଟ କଲେ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ଏହା ଏକ ଅମାନୁଷିକ ଓ ଅମାନବୀୟ କାର୍ଯ୍ୟ ବୋଲି ନିନ୍ଦା କରିଛନ୍ତି ସ୍ଥାନୀୟ ଲୋକେ। କୋଦଳା ପୋଲିସ ତୁରନ୍ତ ଏଭଳି ଦୁବୃତ୍ତକୁଂ ଧରି କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।