You are currently viewing କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତେଜନା , ସମସ୍ୟା ସମାଧାନ ପ୍ରତିଶୃତି ପରେ ଧାରଣାରୁ ହଟିଲେ ଛାତ୍ରଛାତ୍ରୀ।
କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତେଜନା , ସମସ୍ୟା ସମାଧାନ ପ୍ରତିଶୃତି ପରେ ଧାରଣାରୁ ହଟିଲେ ଛାତ୍ରଛାତ୍ରୀ।

ବାଲିଗୁଡ଼ା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । କଲେଜରେ ଉତ୍ତେଜନା ଦେଖାଦେବା ପରେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ସମସ୍ୟା ସମାଧାନ ଦାବିରେ ବାଲିଗୁଡ଼ା – ରାୟଗଡା ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ଦୀର୍ଘ ସମୟ ରହିଥିଲା। ସୂଚନା ପ୍ରକାରେ କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ଶ୍ରେଣୀର ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ସେଥିମଧ୍ୟରୁ ୯୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଥିବା ଜଣାପଡ଼ିଛି । କଲେଜ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ଠିକ୍ ଭାବରେ ବିନିଯୋଗ ନକରିବା ସହ ରହୁଥିବା ବାବଦକୁ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ଠାରୁ କର୍ତ୍ତୃପକ୍ଷ ଖାଇବା ମାସିକ ହଜାରେ ଟଙ୍କା ଲେଖାଏଁ ନେଉଥିବା ବେଳେ ଉପଯୁକ୍ତ ଖାଦ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ପିଇବା ପାଣି , ଶୌଚାଳୟ ଆଦିର ସଠିକ୍ ବ୍ୟବସ୍ଥା ନଥିବା ବେଳେ ଏହାର ସମାଧାନ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଓଲଟି ଛାତ୍ରଛାତ୍ରୀମାନଙ୍କୁ ନାଲି ଆଖୁ ଦେଖେଇବା ସହ ଇଚ୍ଛା ହେଲେ ରୁହ ନଚେତ୍ ଏଠାରୁ ପଳେଇଯାଅ ବୋଲି ଧମକ ଦେଉଥିବା କହିଛନ୍ତି ଛାତ୍ରଛାତ୍ରୀ । ଏହା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝା ଶୁଝା କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ପ୍ରତିଶୃତି ପରେ ଧାରଣା ହଟିଥିଲା।