ବୁଧବାର ଦିନ ଜଟଣୀ ଥାନାର ଏକ ସ୍ପେଶାଲ ଟିମ ଥାନା ଅନ୍ତର୍ଗତ ହରିଭାଇନ ଛକ ନିକଟରେ ଥିବା ନୂଆ ବସ-ଷ୍ଟାଣ୍ଡରେ ଅତର୍କିତ ଚଢଉ କରି ୩ଜଣ ଅଭିଯୁକ୍ତଙ୍କୁ କାବୁ କରିଛି। ଅଭିଯୁକ୍ତଙ୍କ ତଲାସି ବେଳେ ତାଙ୍କ ପାଖରୁ ମୋଟ ୨୨କେଜି ୧୦୦ଗ୍ରାମ ଓଜନର ଗଞ୍ଜେଇ, ୫,୮୪,୬୦୦ଟଙ୍କା, ୩ଟି ମୋବାଇଲ ଫୋନ ଏବଂ ଗୋଟିଏ ଅଟୋ ଜବତ କରାଯାଇଛି।
ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ, ଏହି ବେଆଇନ ଗଞ୍ଜେଇକୁ କନ୍ଧମାଳ ଅଞ୍ଚଳରୁ ସଂଗ୍ରହ କରି ଆଣିବା ସହିତ ଭୁବନେଶ୍ଵର ସହରର ବିଭିନ୍ନ ସ୍ଥାନରେ ବିକ୍ରୟ କରୁଥିବା କଥା ସ୍ଵୀକାର କରିଥିଲେ ।ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ଅଭିଯୁକ୍ତ ପରିଚୟ ତ୍ରିନାଥ ସସମଲ ଉର୍ଫ ମିଟୁ, ସୁନିଲ ବେହେରା ଉର୍ଫ ପଣ୍ଡା ଏବଂ କାର୍ତ୍ତିକ ପୃଷ୍ଟି ଉର୍ଫ କୁନି ରୁପରେ ହୋଇଛି।
ବିଦ୍ର: ଜନସାଧାରଣମାନେ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।