ପୁରୁଷୋତ୍ତମପୁର ତା-0୧/04/ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପରିସରରେ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ପୋଷଣ ପକ୍ଷ ପାଳିତ ହୋଇଯାଇଛି l ସମନ୍ୱିତ ମହିଳା ଓ ଶିଶୁ ବିଭାଗ ପକଳ୍ପ ଅଧିକାରୀ ସବିତା ଚ୍ୟାପଟ୍ଟନାୟକଙ୍କ ତତ୍ଵାବଧାନ ରେ ସ୍ଥାନୀୟ ବ୍ଲକ ଅଧକ୍ଷା ପିଙ୍କି ବେହେରା, ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ବିଡ଼ିଓ ବିଜୟ କୁମାର ବେହେରା, ଅଙ୍ଗନବାଡି ସୁପରଭାଇଜର ପ୍ରମୁଖ ମଞ୍ଚାସିନ ଥିଲେ l ସମସ୍ତ ଅତିଥି ଅଙ୍ଗନବାଡି କର୍ମୀଙ୍କ ଭୁମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା l ବ୍ଲକର ୨୬ ପଞ୍ଚାୟତ ଓ ଏନଏସି ଅଙ୍ଗନବାଡି କର୍ମୀ ଯୋଗ ଦେଇ ହାତତିଆରିର ବିଭିନ୍ନ କିସମର ମାଣ୍ଡିଆରେ ପ୍ରସ୍ତୁତି ଖାଦ୍ୟ ପ୍ରଦର୍ଶନ କରିଥିଲେ l ଅତିଥି ମାନେ ଏହାକୁ ଦେଖିବା ସହ ଏହାର ଉପକାରିତା ସମ୍ପର୍କ ଆଲୋଚନା କରିଥିଲେ l ରିପୋର୍ଟ: ପ୍ରସନ୍ନ କୁମାର ଦାସ

