ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶ କର୍ମେ ସୋମବାର ଦିନ ବେଗୁନିଆପଡା ସ୍ଥିତ ଜନତା ନୋଡାଲ ହାଇ ସ୍କୁଲରେ ଆକାଂକ୍ଷିତ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଈ ଯାଇଛି ! ଦଶ ଗୋଟି ଇଭେଣ୍ଟ ମଧ୍ୟରୁ ସୃଜନଶୀଳତା ଓ ସ୍ପୋକେନ ଇଂରାଜୀ କାର୍ଯ୍ୟକ୍ରମ ହୋଈ ଥିଲା ! ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ନୃତ୍ୟ, ତର୍କ, ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଈ ଥିବା ବେଳେ ସ୍ପୋକେନ ଇଂରାଜୀ ରେ ତିନି ଜଣ ଭାଗ ନେଇ ଥିଲେ ! ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା କୁ ବିକଶିତ କରିବା, ମନୋବଳ କୁ ଦୃଢ଼ିଭୂତ କରିବା ସହ ଏଥି ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ! କୃତି ଛାତ୍ରଛାତ୍ରୀ ଙ୍କୁ ଫାଣ୍ଡି ଅଧିକାରୀ ସଂଗ୍ରାମ ଦେହୁରୀ, ସି ଆର ସି ସି ରାଜେନ୍ଦ୍ର ସେଠି, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେ. ଭୀମରାଜୂ ପାତ୍ର ପୁରସ୍କୃତ କରିଥିଲେ ! ସହକାରୀ ଶିକ୍ଷକ ପଙ୍କଜ କୁମାର ବେହେରା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ।
