You are currently viewing ଭାଙ୍ଗିଯାଉଛି ଫୁଲକୁଣ୍ଡ: ଦେଖିବାକୁ କେହି ନାହିଁ
ଭାଙ୍ଗିଯାଉଛି ଫୁଲକୁଣ୍ଡ: ଦେଖିବାକୁ କେହି ନାହିଁ

ରାଉରକେଲା,
ହକି ବିଶ୍ୱକପ୍ ସମୟରେ ସହରକୁ ବିଭିନ୍ନ ଭାବରେ ସଜାଯାଇଥିଲା । ଛେଣ୍ଡ କଲୋନୀର ମୁଖ୍ୟ ରାସ୍ତାର ମଧ୍ୟ ଭାଗରେ ଫୁଲ ଗଛ ଓ ବିଭିନ୍ନ ପ୍ରତମୂର୍ତ୍ତି ସହ ବଡ଼ବଡ଼ ଫୁଲକୁଣ୍ଡ ସ୍ଥାପିତ ହୋଇଥିଲା । ସାମାନ୍ୟ ବର୍ଷା ପବନରେ କଳିଙ୍ଗବିହାର ମୁଖ୍ୟ ରାସ୍ତାର ମଧ୍ୟ ଭାଗରେ ଲାଗିଥିବା ଦୁଇଟି ବଡ଼ ବଡ଼ ଫୁଲ କୁଣ୍ଡ – ଗୋଟିଏ ବି.ଏସ.ଏନ.ଏଲ ଛକ ପାଖରେ ଏବଂ ଅନ୍ୟଟି ଏଚ୍. ଆଇଜି.ଏ-୧୪ ସମ୍ମୁଖରେ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି । ଏଗୁଡିକର ନିର୍ମାଣ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ ହେଉଥ‌ିବାରୁ କର୍ତ୍ତୃପକ୍ଷ ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।