କଟକ : କଟକ ସାଲେପୁର ବ୍ଲକ ଅନ୍ତର୍ଗତ ମହାସିଂହପୁର ଉଚ୍ଚ ବିଦ୍ୟାଳୟର ସଭାଗୃହ ପରିସରରେ ସଞ୍ଜୀବନି ସେବା ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ଭୂୟାଁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ରେ ବିଦ୍ୟାଳୟର ସର୍ବାଧିକ ନମ୍ବର ରଖି ପ୍ରଥମ,ଦ୍ୱିତୀୟ,ତୃତୀୟ ସ୍ଥାନ ଗ୍ରହଣ କରିଥିବା ତିନିଜଣ କୃତି ଛାତ୍ର, ମାନସି ପ୍ରିୟ ଦର୍ଶିନି ସାହୁ,ସାୟାଦେ ସହିଦ ଅଲ୍ଲୀ,ମହମଦ ସହିଦ ଖାନ ଙ୍କୁ ସଞ୍ଜୀବନି ସେବା ଫାଉଣ୍ଡେସନ ପକ୍ଷରୁ ପ୍ରମାଣପତ୍ର, ଟ୍ରଫି,ପୁଷ୍ପଗୁଚ୍ଛ, ଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ଗୀତାରାଣି ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୃଙ୍ଖଲା ଏବଂ ସମୟନୁବର୍ତ୍ତିତା ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ l ସଂମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ଦୀପକ କୁମାର ଷଢଙ୍ଗୀ,ସନ୍ତୋଷ କୁମାର ସ୍ୱାଇଁ ଯୋଗ ଦେଇ ନିଜର ମତ ପ୍ରଦାନ କରିଥିଲେ l ଅନୁଷ୍ଠାନର ସମ୍ପାଦକ ବିକ୍ରମ କେଶରୀ ନାଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, କୋଷାଧକ୍ଷ,ତ୍ରିନାଥ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ l
ଅନୁଷ୍ଠାନର ସଦସ୍ୟ,ଲିଙ୍ଗରାଜ ବାରିକ,ହେମନ୍ତ କୁମାର ସାହୁ,ସିମ୍ପଲ ସାହୁ, ଆଦିତ୍ୟ ଗିରି,ହରିହର ଦାସ, ପ୍ରମୁଖ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ l
