You are currently viewing ଇଟାଭାଟିରେ ପୋଡି ହୋଇ ମହିଳା ମୃତ୍ୟୁ ଘଟଣା,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଇଟାଭାଟିରେ ପୋଡି ହୋଇ ମହିଳା ମୃତ୍ୟୁ ଘଟଣା,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଗଜପତି ଜ଼ିଲ୍ଲା ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ନିଆଁରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ ଘଟଣା ନୁଆଁ ମୋଡ଼ ନେଇଛି l ଏହା ଦୁର୍ଘଟଣା ନୁହେଁ ବରଂ ସୂପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ସୁପ୍ରିୟାଙ୍କ ବାପା l
ଇଟାଭାଟିରେ ପୋଡି ହୋଇ ମହିଳା ମୃତ୍ୟୁ ଘଟଣା,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଗଜପତି ଜ଼ିଲ୍ଲା ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ନିଆଁରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ ଘଟଣା ନୁଆଁ ମୋଡ଼ ନେଇଛି l ଏହା ଦୁର୍ଘଟଣା ନୁହେଁ ବରଂ ସୂପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ସୁପ୍ରିୟାଙ୍କ ବାପା l
ଗଜପତି ଜ଼ିଲ୍ଲା ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ନିଆଁରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ ଘଟଣା ନୁଆଁ ମୋଡ଼ ନେଇଛି l ଏହା ଦୁର୍ଘଟଣା ନୁହେଁ ବରଂ ସୂପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିବା ସହ ଏନେଇ ମୃତ ସୁପ୍ରିୟା ବସ୍ତରାୟଙ୍କ ସ୍ୱାମୀ ଆନନ୍ଦ ବସ୍ତରାୟଙ୍କ ଉପରେ ଅଡବା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ମୃତ ସୁପ୍ରିୟାଙ୍କ ବାପା ସଦାନନ୍ଦ ନାୟକ l ସୂଚନାଯୋଗ୍ୟ, ଗତ ଜୁନ ୧୧ ତାରିଖରେ ଇଟାଭାଟିରେ ନିଆଁ ଲଗାଉଥିବା ବେଳେ ନିଆଁରେ ପୋଡ଼ି ହୋଇ ରାଇଜୁକା ଗାଁର ଆନନ୍ଦ ବସ୍ତରାୟଙ୍କ ସ୍ତ୍ରୀ ସୁପ୍ରୀୟା ବସ୍ତରାୟ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ପ୍ରଥମେ ମୋହନା ଏବଂ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଗତ ଜୁଲାଇ ୨୭ ରେ ଚିକିତ୍ସାଧିନ ଅବସ୍ଥାରେ ସୁପ୍ରିୟାଙ୍କ ମୃତ୍ୟୁ ହୋଇଥିଲା l ଏହାପରେ ଖ୍ରୀଷ୍ଟଧର୍ମ ଅନୁଯାୟୀ ଶବକୁ କବର ଦିଆଯାଇଥିଲା l

କିନ୍ତୁ ଘଟଣାର ସପ୍ତାହ ପରେ ଝିଅକୁ ହତ୍ୟା କରାଯାଇଥିବା ସହ ଅନେକ ସମୟରେ ସ୍ୱାମୀ ଆନନ୍ଦ ସୁପ୍ରିୟାକୁ ନିର୍ଯ୍ୟାତନା ଦେଉଥିବା ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ସୁପ୍ରିୟାଙ୍କ ବାପା l
ଅଭିଯୋଗକୁ ଭିତ୍ତିକରି ପୋଲିସ ଡି. ଏସ୍. ପି କୈଳାସ ଚନ୍ଦ୍ର ବୁରୁଦାଙ୍କ ଏବଂ ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତିରେ ଅଡବା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ରାଇଜୁକା ଗ୍ରାମରେ ପହଞ୍ଚି ସ୍ମଶାନରୁ ସୁପ୍ରିୟାଙ୍କ ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର mkcg ମେଡିକାଲକୁ ପଠାଇଛି l ମୃତ ସୁପ୍ରିୟାଙ୍କ ସ୍ୱାମୀ ଆନନ୍ଦ ବସ୍ତରାୟଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଥିବା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତି l ଗଜପତି ମୋହନା ରୁ ବିଭୁତି ମଳିକ ଙ୍କ ରିପୋର୍ଟ ijb news