ପାତ୍ରପୁର, ୧୮/୦୮ : କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ଆଭାନ କ୍ରମେ ରାଜ୍ୟର ୩୧୪ ବ୍ଲକ୍ ଘେରାଉ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଶୁକ୍ରବାର ଚିକିଟି କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଶଙ୍କର ଅଧିକାରୀଙ୍କ ନେତୃତ୍ୱରେ ପାତ୍ରପୁର ମୁଖ୍ୟ ବସ୍ଷ୍ଟାଣ୍ଡ ଠାରୁ ପଦଯାତ୍ରା କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦରଦାମ ବୃଦ୍ଧି, ପିସି କାରାବାର, ନାରୀ ନିର୍ଯାତନା, ଚାଷୀମାରଣ ନୀତି, ଟାଟା ପାୱାର, ଆବାସ ଯୋଜନା ଦୁର୍ନିତୀ ପ୍ରମୁଖ ଦାବୀରେ ଏକ ପ୍ରଦାନ କରାଯାଇଛି । ଦାବୀପତ୍ରକୁ ପାତ୍ରପୁର ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗ୍ରହଣ କରିଥିବା ବେଳେ କାଳିଆ ଅଧିକାରୀ, ଗୌରାଙ୍ଗ ନେପାକ, ପିତବାସ ମହାନ୍ତି, ରବି ନାୟକ, ଝୁନୁ ବେହେରା, ବାଳକ୍ରୁଣ୍ଣ ପ୍ରଧାନ, ବିଜୟ ଚନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ । ଜରଡା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
