ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ନୂଆଗଡ଼ ଗାଁ ରେ କଂଗାରୁ କୋର୍ଟ ବସି ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ପରିବାରରେ ସମ୍ପତିକୁ କେନ୍ଦ୍ର କରି ବିବାଦ ଉପୁଜିଥିବା ବେଳେ ଗାଁରେ ବୈଠକ କରି ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଗାଁ କମିଟିର ଭୂଲ୍ ନିଷ୍ପତ୍ତି କୁ ଶୁଣି ନଥିଲେ ପରିବାର ଲୋକେ। ଆଉ ତାପରେ ଧେଣ୍ଡୁରା ବଜାଇ ସଂପୃକ୍ତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଗୁରୁବାର ବେଗୁନିଆପଡ଼ା ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି ବାସନ୍ଦ ହୋଇଥିବା ପରିବାର ଲୋକେ ।
ଧେଣ୍ଡୁରା ମାରି ଗାଁ ରୁ ବାସନ୍ଦ ଘୋଷଣା କରା ଯାଉଥିବା ସମୟର ଭିଡିଓ କ୍ଯାମେରାରେ କଏଦ୍ ହୋଇଥିବା ବେଳେ ଉକ୍ତ ଭିଡିଓ ଆଧାରରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।ବାସନ୍ଦ ହୋଇଥିବା ନେଇ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିଛନ୍ତି ନୂଆଁଗଡ ଗ୍ରାମର ଲକ୍ଷ୍ମୀ ସ୍ବାଇଁ। ବାସନ୍ଦ ଯୋଗୁଁ ଉକ୍ତ ପରିବାରର ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛି ଏବଂ ଛୁଆମାନେ ଟିଉସନ ସ୍କୁଲ ଯାଇ ପାରୁ ନାହାନ୍ତି। ଗାଁ ରେ କେହି କଥାବାର୍ତ୍ତା ହେଉ ନାହାଁନ୍ତି କି ଛୁଆମାନେ ଖେଳି ପାରୁ ନାହାନ୍ତି। ତୁରନ୍ତ ଘଟଣା ସଂପର୍କରେ ତଦନ୍ତ କରି ନ୍ଯାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ବାସନ୍ଦ ପରିବାର।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
