ପୁରୁଷୋତ୍ତମପୁର ବ୍ଳକର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ତିନିଦଫା ଦାବିନେଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଗଣଧାରଣା ଆରମ୍ଭ ହୋଇଛି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ (AUPTF )ବ୍ଯାନର ତଳେ ବ୍ଲକର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ତିନିଦଫା ଦାବି ଯଥା: –1—ପ୍ରାଥମିକ ଶିକ୍ଷକଙ୍କ ଠିକା ନିଯୁକ୍ତି ବନ୍ଦ ହେଉ,2—କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, 3—ପୁରୁଣା ପେନସନ ଲାଗୁ ହେଉ ।
ପୂର୍ବରୁ ଅନେକବାର ଆନ୍ଦୋଳନ ପରେ ସରକାର ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଦିନ ଗଡାଇ ଚାଲିଛନ୍ତି କିନ୍ତୁ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଲେନାହିଁ। ତେଣୁ ଶୀର୍ଷ ନେତୃବୃନ୍ଦ ଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟର ଶିକ୍ଷକ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି।
ସ୍କୁଲରେପାଠ ପଢା ବନ୍ଦ ସହିତ ମଧ୍ଯାନ୍ନ ଭୋଜନ ମଧ୍ଯ ବନ୍ଦ ହୋଇ ଯାଇଛି।

ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର କଥା କହୁଥିବା ବେଳେ ବର୍ଷ ବର୍ଷ ଧରି ପ୍ରାଥମିକ ଶିକ୍ଷକ ମାନଙ୍କ ନ୍ୟାଯ୍ୟଦାବି କୁ ଅଣଦେଖା କରିଆସିଛନ୍ତି ।ରାଜ୍ୟର ସମସ୍ତ ବିଭାଗ ରୁ ଠିକା ନିଯୁକ୍ତି ଉଛେଦ ହୋଇସାରିଥିବା ବେଳେ ପ୍ରାଥମିକ ବିଦ୍ୟାଳୟରେ ସ୍କିମ ଭିତ୍ତିକ ନିଯୁକ୍ତି ଦେବାପାଇଁ ସରକାର ବିଜ୍ଞାପନ ପ୍ରକାଶ କରିଛନ୍ତି ,ଏହାକୁ ସଂଘ ଘୋର ବିରୋଧ କରୁଛି | ଦେଶର ଅଧିକାଂଶ ରାଜ୍ୟର ସରକାର ପୂରଣା ପେନସନ ଲାଗୁ କରିସାରିଥିବା ବେଳେ ଆମ ରାଜ୍ଯ ସରକାର ଯଥାଶୀଘ୍ର ଲାଗୁ କରିବାକୁ ଦୃଢ ଦାବି ରଖୁଛୁ |
ରିପୋର୍ଟ ପ୍ରସନ୍ନ କୁମାର ଦାସ
