You are currently viewing ଜାତୀୟ ପର୍ଯ୍ୟଟନ ମହୋତ୍ସବ” ଉଦଘାଟିତ ।
ଜାତୀୟ ପର୍ଯ୍ୟଟନ ମହୋତ୍ସବ” ଉଦଘାଟିତ ।

ବ୍ରହ୍ମପୁର , ୨୭/୦୯ – ( ଆରତ କୁମାର ହୋତା ) IJB -:- ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ବ୍ରହ୍ମପୁର ସହରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ତିନିଦିନ ଧରି ଆୟୋଜିତ ହେବାକୁ ଥିବା ” ଜାତୀୟ ପର୍ଯ୍ୟଟନ ମହୋତ୍ସବ” ବୁଧବାର ଉଦଘାଟିତ ହୋଇଯାଇଛି । ପର୍ଯ୍ୟଟନ ଭାରତ ତରଫରୁ ଆୟୋଜିତ ଏହି ଜାତୀୟସ୍ତରୀୟ ମହୋତ୍ସବକୁ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଉଦଘାଟନ କରି ଓଡ଼ିଶାର ଭାଷା,ସାହିତ୍ୟ,କଳା,ସଂସ୍କୃତି ଓ ପର୍ଯ୍ୟଟନକୁ ନେଇ ଆୟୋଜିତ ଏହି ଜାତୀୟ ମହୋତ୍ସବ ଏକ ସୁନ୍ଦର ପରିକଳ୍ପନା ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୂଲକର୍ଣ୍ଣି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ମହୋତ୍ସବ ସଭାପତି ରବିନାରାୟଣ ବେହେରା,ଆବାହକ ଇଂ.ଉମା ଶଙ୍କର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼,ସାଂଗଠନିକ ସଭାପତି କୃଷ୍ଣଚନ୍ଦ୍ର ନିଶଙ୍କ,ମୂଖ୍ୟ ଉପଦେଷ୍ଟା ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିନୋଦ ବେହେରା,ଉପସଭାପତି ଅନିଲ କୁମାର ପାତ୍ର,କୋଷାଧ୍ୟକ୍ଷ କୈଳାସ ପାଣିଗ୍ରାହୀ,ସନ୍ୟାସୀ ମହାରଣା,,ଗୋପାଳ ପଟ୍ଟନାୟକ,ଶ୍ରୀରାମ ଫାଇନାନ୍ସର ଶିବ ପ୍ରସାଦ ରେଡ୍ଡୀ,ଦୀପକ ରାଓ ,ଆତ୍ମାରାମ ସାହୁ,ସଞ୍ଜିତ ପାଣିଗ୍ରାହୀ,ନାଳନ୍ଦାଏମଡି କାଳୁ ଚରଣ ପଣ୍ଡା ,ସରୋଜ ପଣ୍ଡା ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିଲେ । ମହୋତ୍ସବର ସାଂସ୍କୃତିକ ସଂଯୋଜକ ରାଜଗୋପାଳ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଡିମ୍ପଲ ସାଇ ରେଡ୍ଡୀଙ୍କ ସହ ସଂଯୋଜନା କରିଥିଲେ । ଡ଼.ମିହୀର କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ସ୍ଥାନୀୟ କଳାକାରଙ୍କ ସହ ଲୋକନୃତ୍ୟ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ମହୋତ୍ସବର ପ୍ରଥମ ଦିବସରେ ଫକୀର ମୋହନ ସେନାପତିଙ୍କ “ଛଅମାଣ ଆଠଗୁଣ୍ଠ” ଏବଂ “ସମସାମୟିକ ସାହିତ୍ୟର ସ୍ୱର ଓ ଶବ୍ଦ” ବିଷୟ ସମ୍ବଳିତ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ବିଶିଷ୍ଟ ଆଲୋଚକ ଡ଼.ଅନନ୍ତରାମ କୌଣ୍ଡିନ୍ୟ ,ଜ୍ୟୋଛନା କୁମାରୀ ପ୍ରଧାନ,ରତ୍ନାକର ସିୟ ପ୍ରମୂଖଙ୍କ ସହ ବହୁ ଆଲୋଚକ ଉପସ୍ଥିତ ରହିଥିଲେ । ବହୁ ପ୍ରତିଷ୍ଠିତ କବିମାନଙ୍କ ଦ୍ୱାରା କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାହାକୁ ମହୋତ୍ସବର ସାହିତ୍ୟ ସଂଯୋଜକ ମିହୀର ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ। ସଭା ଓ ସମ୍ବର୍ଦ୍ଧନା ପର୍ବ ପରେ ଓଡିଶା ନାଟକ ସମାରୋହ ସମିତି ସହଯୋଗରେ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଦୀପିକା ଦାସଙ୍କ ରଚିତ ଓ ସତ୍ୟବ୍ରତ ଦାସଙ୍କ ନିର୍ଦ୍ଦେଶିତ ଓଡ଼ିଆ ନାଟକ “ମଣିମାନ୍ତେ” ପରିବେଷିତ ହୋଇଥିଲା ।

ତିନିଦିନ ଧରି ବ୍ରହ୍ମପୁର ସହରରେଅନୁଷ୍ଠିତ ହେଉଥିବା ଏହି ଜାତୀୟ ପର୍ଯ୍ୟଟନ ମହୋତ୍ସବ ଆୟୋଜନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପର୍ଯ୍ୟଟନ ଓ ଭ୍ରମଣ ଅଧ୍ୟୟନ ବିଭାଗ,ଓଡିଶା ସରକାରଙ୍କ ଭାଷା,ସାହିତ୍ୟ,ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗ କରିଛନ୍ତି । ମହୋତ୍ସବ କୋଷାଧକ୍ଷ କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।