You are currently viewing ସ୍ତମ୍ବକାର ଇଞ୍ଜିନିୟର ସେବକ ଶ୍ରୀକାନ୍ତଙ୍କୁ ବାଙ୍କୀ ମାଟିରେ ସମ୍ୱର୍ଦ୍ଧନା ।
ସ୍ତମ୍ବକାର ଇଞ୍ଜିନିୟର ସେବକ ଶ୍ରୀକାନ୍ତଙ୍କୁ ବାଙ୍କୀ ମାଟିରେ ସମ୍ୱର୍ଦ୍ଧନା ।

କଟକ ସଦର କନ୍ଦରପୁର ଅଂଚଳର ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସରସ୍ଵତୀ କଳା ପରିଷଦ ଓ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ – ଓଡ଼ିଶା(ବିସିଟି)ର ସହ ସଂପାଦକ ସମାଜସେବୀ ତଥା ସ୍ତମ୍ବକାର ଇଞ୍ଜିନିୟର ସେବକ ଶ୍ରୀକାନ୍ତଙ୍କୁ ସମାଜସେବା,ରକ୍ତଦାନ,ସାହିତ୍ୟ ସେବା,ପରିବେଶ ସୁରକ୍ଷା ଆଦି ଉଲ୍ଲେଖନୀୟ କୃତିତ୍ୱ ନେଇ ବାଙ୍କୀ ଡମପଡା ବ୍ଲକ ଶିମିଳିପୁର ସିଦ୍ଧେଶ୍ୱର ନାଟ୍ୟ ସଂସଦ ଆନୁକୁଲ୍ୟରେ ଆୟୋଜିତ କାର୍ତ୍ତିକ ମହୋତ୍ସବରେ “ସେବାନିଧି” ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଏହି ମହୋତ୍ସବରେ କଟକ ଜିଲ୍ଲା ମାନ୍ୟବର ସାଂସଦ ତଥା ପ୍ରଜାତନ୍ତ୍ରର ସଂପାଦକ ଭର୍ତ୍ତୁହରି ମହତାବ,ପୂର୍ବତନ ବିଧାୟକ ବାଙ୍କୀ ପ୍ରଭାତ କୁମାର ତ୍ରିପାଠୀ, ଅୱାଜ୍ ମିଡ଼ିଆ ସଂପାଦକ ସାମ୍ୱାଦିକ ସତ୍ୟବ୍ରତ,ବାଙ୍କୀ ବିଜ୍ଞାପତ ଅଂଚଳ ପରିଷଦ ଅଧକ୍ଷା ମାଣିକ ସାହୁ,ଜିଲ୍ଲା ପରିଷଦ ଆଶିଷ ସାହୁ,ନାଟ୍ୟ ସଂସଦ ସଭାପତି ରାଇ ଚରଣ ବେହେରା,ସଂପାଦକ ଚିନ୍ମୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସାରସ୍ଵତ ସାଧକ ସେବକ ଶ୍ରୀକାନ୍ତଙ୍କୁ ଆଦର୍ଶ ଯୁବ ସଂଘ ଭାରତ,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ,ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର,ପ୍ରବାସୀ ଓଡ଼ିଆ ଅଭିଯାନ ମୁମ୍ୱାଇ,କିଶନନଗର ଶିଶୁ ମଙ୍ଗଳ କ୍ଲବ ତଥା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଇଂ.ସେବକ ଶ୍ରୀକାନ୍ତ ଆୟତପୁର ପଂଚାୟତ ଦାମୋଦରପୁର ଗ୍ରାମର ବରିଷ୍ଠ ଶିକ୍ଷାବିତ୍ ବିଜୟ ରାମ ବେଉରା ଓ ଯୋଗମାୟା ଜେନାଙ୍କ ପୁତ୍ର ଅଟନ୍ତି ।