You are currently viewing ପୂର୍ବତନ ନଗରପାଳ ଙ୍କ 71 ତମ ଜୟନ୍ତୀ, ରକ୍ତଦାନ ଶିବିରବନ ବାବୁ ଜଣେ ପ୍ରଗତିଶୀଳ ରାଜନେତା ଥିଲେ
ପୂର୍ବତନ ନଗରପାଳ ଙ୍କ 71 ତମ ଜୟନ୍ତୀ, ରକ୍ତଦାନ ଶିବିରବନ ବାବୁ ଜଣେ ପ୍ରଗତିଶୀଳ ରାଜନେତା ଥିଲେ

ଖଲ୍ଲିକୋଟ : 17/12 ଖଲ୍ଲିକୋଟ ଏନ ଏ ସି ର ପୂର୍ବତନ ନଗରପାଳ ସ୍ବର୍ଗତ ବନ ବିହାରୀ ଦାଶ ଜଣେ ପ୍ରଗତିଶୀଳ ରାଜନେତା ଥିଲେ ବୋଲି ଖଲ୍ଲିକୋଟ ସ୍ଥିତ ମାର୍ଦରାଜ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ 71 ତମ ଜୟନ୍ତୀ ଉପଲକ୍ଷେ ମଞ୍ଚସନ ଅତିଥି ମାନେ ପ୍ରକାଶ କରିଛନ୍ତି |ଜୟନ୍ତୀ ଅବସର ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ସ୍ବର୍ଗତ ବନ ବିହାରୀ ଦାଶ ଜଣେ ପ୍ରଗତିଶୀଳ ରାଜନେତା, ବିଚକ୍ଷଣ ଆଇନଜୀବୀ ଓ ସମାଜସେବୀ ବର୍ଣନା କରି ତାଙ୍କ ତିନିଥର ବ୍ୟାପି ଖଲ୍ଲିକୋଟ ଏନ ଏ ସି ନଗରପାଳ ଭାବେ ଖଲ୍ଲିକୋଟ ର ବହୁ ବିକାଶ ସାଧିତ ହୋଇଥିଲା ବୋଲି ପ୍ରକାଶ କରି ଖଲ୍ଲିକୋଟ ରାଣୀ ଙ୍କ ଜଣେ ନିକଟତମ ରାଜନେତା ଭାବେ ଦୀର୍ଘ ଦଶନ୍ଧି ଧରି ରାଜନୀତି ରେ ସକ୍ରିୟ ଥିଲେ ବୋଲି ପଦକାଶ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ଖଲ୍ଲିକୋଟ ଏନ ଏ ସି ର ପ୍ରାକ୍ତନ ନଗରପାଳ ଓ ବି ସି ସି ବ୍ୟାଙ୍କନିର୍ଧେଶକ ରାମ ମୋହନ ପଣ୍ଡା ଓ ନଗର ବିଜେଡ଼ି ସଭାପତି ନରେନ୍ଦ୍ର କୁମାର ପାତ୍ର ଓ ପୂର୍ବତନ କାଉ ନସିଲର ବିପିନ ବିହାରୀ ସାମନ୍ତ, ସ୍ବର୍ଗତ ଦାଶ ଙ୍କ ଧର୍ମପତ୍ନୀ କଣକଲତା ଦାଶ ଓ ନାରାୟଣ ଭୂୟାଁ ଓ ବିଜେଡ଼ି ମହିଳା ସଭାନେତ୍ରୀ ମିତାଞ୍ଜଳି ମିଶ୍ର ଓ ବ୍ଲକ ଯୁବ ବିଜେଡ଼ି ସଭାପତି ଦୟାନିଧି ସାହୁ ଓ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ଚିତ୍ତରଞ୍ଜନ ମାଝି ସମ୍ମାନିତ ଅତିଥି ଭାବେ ଭାବେ ଯୋଗ ଦେଇ ସ୍ବର୍ଗତ ଦାଶ ଙ୍କ ଗୁଣାବଳୀ ନେଇ ଆଲୋକପାତ କରିଥିଲେ |.

ଜୟନ୍ତୀ ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିର କୁ ବିଧାୟିକା ଶ୍ରୀମତୀ ବୈଦ୍ୟ ଉଦଘାଟନ କରିଥିବା ବେଳେ କେକ କଟାଯାଇଥିଲା | ରକ୍ତଦାନ ଶିବିର ରେ ରକ୍ତଦାତା ମାନେ56 ୟୁନିଟ ରକ୍ତ ଦାନ କରିଥିଲେ |

(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )