ପୁରୁଷୋତ୍ତମପୁର ସହର ରେ ଥିବା ତାରା ତାରିଣୀ ମହାବିଦ୍ୟାଳୟ ରେ ନୁଆଁ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକାସୂର୍ଯ୍ୟମଣୀ ବୈଦ୍ୟ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ, ଓ ମହାବିଦ୍ୟାଳୟ ର ପରିଚାଳନା ପରିଷଦ ସଭାପତି ବାସୁଦେବ ମହାପାତ୍ର ଯୋଗ ଦେଇ ଥିଲେ | ମହାବିଦ୍ୟାଳୟ ର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ଉଦଯାପନୀ ଓ ଓ ପୁରସ୍କାର ବିତରଣ ଉତ୍ସବ ଆରମ୍ଭ ହୋଇ ଥିଲା |

ଏହି ସଭାର ଆରମ୍ଭରେ ଅଧ୍ୟାପିକା ଡ଼ ମୋନାଲିସା ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ କରି ବୈଠକ ସ୍ଥଳ କୁ ଡ଼ାକି ଥିଲେ | ଓ ସମସ୍ତେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସେହି ଅନୁଷ୍ଠାନ ର ପୂର୍ବତନ ଛାତ୍ରୀ ସମ୍ବିତା କୁମାରୀ ମହାପାତ୍ର ତାଙ୍କ ସୁଲଳିତ କଣ୍ଠରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | କଲେଜର ସାଂସ୍କୃତିକଓ କ୍ରୀଡା ନୋଡାଲ ଅଧିକାରୀ ଅଧ୍ୟାପକ ସମୀର କୁମାର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ | ବିଧାୟିକା ତାଙ୍କ ଭାଷଣ ରେ ସମସ୍ତ ଙ୍କ କର୍ତ୍ତବ୍ୟନିଷ୍ଟ ଓ ଶୃଙ୍ଖଳା ରଖିବା ଉପରେ ଉଦବୋଧନ ଦେଇ ଥିଲେ |

ସେହିପରି ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ, ଛାତ୍ର, ଛାତ୍ରୀ ଙ୍କ ଶିକ୍ଷା ଉପରେ ବହୁ ମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ | ଏବଂ ପରିଚାଳନା ପରିଷଦ ସଭାପତି ବାସୁଦେବ ମହାପାତ୍ର ଛାତ୍ର ଛାତ୍ରୀ ମାନେ ନୀତିବାନ ଓ ପରିଶ୍ରମି ହେବାକୁ କହିଥିଲେ | ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟଜ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ନୁଆଁ ଓଡିଶା ନବୀନ ଓଡିଶା ର ଅଧକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କ ସହଯୋଗ ଓ ଆର୍ଥିକ ରାଶି ପ୍ରଦାନ ଯୋଗୁଁ କ୍ରୀଡାର ବିକାଶ ସହିତ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ରେ ବହୁ ଲୁକାୟିତ ଯୁବ ପ୍ରତିଭା ମାନେ ବିକଶିତ ହୋଇ ଜିଲ୍ଲା, ରାଜ୍ୟ ଓ ଦେଶର ନାଁ ରଖି ପାରିବେ ବୋଲି ମତ ଦେଇ ଥିଲେ |

ଏହି କାର୍ଯ୍ୟକ୍ରମ ରେ ଯୁବ ଓଡିଶା ନବୀନ ଓଡିଶା ର ନୋଡାଲ ଅଧିକାରୀ ଅଧ୍ୟାପକ ଡ଼ ପ୍ରବୀର କେଶରୀ ପ୍ରଧାନ ବିବରଣୀ ପାଠ କରିବା ସହିତ ସଂଗୀତ ପରିବେଷଣ କରିଥିଲେ | ସେହିପରି ଅନ୍ୟ ନୋଡାଲ ଅଧିକାରୀ ମାନେ ହେଲେ ଅଧ୍ୟାପକ ଡ଼ ଅଜିତ କୁମାର ମିଶ୍ର, ଅନ୍ୟ ଅଧ୍ୟାପକ ମାନେ ହେଲେ ଏନ ମୋହନ, ଗୌରାଙ୍ଗ ଚରଣ ପଟନାୟକ, ଡ଼ ପ୍ରଦୀପ କୁମାର ସାହୁ, ଡ଼ ମୋନାଲିସା ମିଶ୍ର, ଅମ୍ରିତା ପ୍ରିତମ ନାୟକ, ଦେବୀ ପ୍ରସାଦ ମିଶ୍ର, କୃଷ୍ଣ ଚନ୍ଦ୍ର ନାୟକ, ଡ଼ ବିପ୍ଳବ କୁମାର ପ୍ରଧାନ, ଡ଼ ସୁବ୍ରତ କୁମାର ଷଡ଼ଙ୍ଗୀ, ଅଧ୍ୟାପିକା ସନ୍ଧ୍ୟା ରାଣୀ ପାତ୍ର ବନୀତା ଖଟେଇ ମଞ୍ଚାସିନଥିଲେ |

ଅନ୍ୟ ଅଧ୍ୟାପକ ଓ କଲେଜ ଷ୍ଟାଫ ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଡ଼ ସୁରେନ୍ଦ୍ର ନାଥ ପଣ୍ଡା ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ | ଶେଷରେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା
ରିପୋର୍ଟ ,ପ୍ରସନ୍ନ କୁମାର ଦାସ
