You are currently viewing ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ବିଜୁ ପଟ୍ଟନାୟକ ଅଡିଟୋରିୟମ ହଲ ରେ ପାଳିତ କରାଯାଇଛି।।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ବିଜୁ ପଟ୍ଟନାୟକ ଅଡିଟୋରିୟମ ହଲ ରେ ପାଳିତ କରାଯାଇଛି।।

ରିପୋର୍ଟ,ସଞ୍ଜୟ କୁମାର ସାହୁ

ଗୋପାଳପୁର :୦୨/୦୧/୨୪ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଜାନୁଆରୀ ୨ ତାରିଖ ପୂର୍ବହ୍ନରେ ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ହରପ୍ରସାଦ ଦାସ ଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ଦିଲ୍ଲୀସ୍ଥିତ ଜବାହାରଲାଲ ନେହରୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡ଼ି ପଣ୍ଡିତ କୁଳପତି ପ୍ରଫେସର ଗୀତାଞ୍ଜଳ ଦାଶ ସଭାରେ ଅଧ୍ୟକ୍ଷତା କରି ବିଶ୍ବବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପ୍ରଗତି ଆଣିବା ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ।

କବି ହର ପ୍ରସାଦ ଦାସଙ୍କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ପ୍ରତିଷ୍ଠା ଦିବସର ଅବସରରେ ସର୍ବଶ୍ରେଷ୍ଠ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଶିକ୍ଷାବିତ୍ କାମାକ୍ଷୀ ପ୍ରସାଦ ଦାସ ଓ ବିଶିଷ୍ଟ ଗୀତିକାର ଓ ନାଟ୍ୟ ସମାଲୋଚକ ତଥା ନାଟ୍ୟକାର ବିପିନ ବିହାରୀ ମହାପାତ୍ରଙ୍କୁ ବିଶ୍ଵବିଦ୍ୟାଳୟ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି। ସେହିପରି ବରିଷ୍ଠ କୃଷ୍ଣ ଲୀଳା ସାଧକ ଗୋପୀନାଥ ସ୍ବାଇଁ ଓ ଗାହାଣ ଗାୟକ ଅଭିମନ୍ୟୁ ରାଉତଙ୍କୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ପ୍ରଦାନ କରା କୋଡିଏ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ଦିଆଯାଇଛି। ଶ୍ରେଷ୍ଠ ପୁରାତନ ଛାତ୍ର ସମ୍ମାନ ପାଇଛନ୍ତି।

ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ଶିକତା ଦାସ। ଏଥି ସହ ବିଶ୍ୱବିଦ୍ୟାଳୟ ସମସ୍ତ ବିଭାଗର ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ମାରକ ବୃତ୍ତି ଅର୍ଥରାଶି ପ୍ରଦାନ କରାଯାଇଛି। ଅନ୍ତଃ ମହାବିଦ୍ୟାଳୟ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ, ଅଣ-ଶିକ୍ଷକ କର୍ମଚାରୀ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାଙ୍କ ସମେତ ଶ୍ରେଷ୍ଠ ଏନ୍ଏସ୍ଏସ୍ ଅଧିକାରୀ ଏବଂ ସ୍ବେଛାସେବୀ ମାନଙ୍କୁ ପୁରସ୍କାର ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କୁଳସଚିବ ସଚ୍ଚିଦାନନ୍ଦ ନାୟକ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହାନ୍ତି, ମେଜର ରମାରମଣ ପାଢ଼ୀ, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ପ୍ରଫେସର ପ୍ରକାଶ ମିଶ୍ର, ପ୍ରଫେସର ମାନସ ରଞ୍ଜନ ଦାସ, ଉପକୂଳ ସଚିବ ଡ଼ଃ ବାବୁଜି ସାମଲ,ଗିଭିଂ ପରୀକ୍ଷା ନିୟନ୍ତ୍ରକ ଡ ସତ୍ୟବ୍ରତ ପାତ୍ର, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ, ଜାତୀୟ ସେବା ସହିତି ସଂଯୋଜକ ଜୟନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

ଡ଼ଃ ଶାରଦା ପ୍ରସାଦ ସାହୁ ସଭା କାର୍ଯ୍ୟ ସଂଯୋଜନା କରିଥିବା ବେଳେ ଡ଼ଃ ଶଙ୍କର ମାଝୀ, ବନ୍ଦିତା ପଣ୍ଡା, ଡ଼ଃ ସୁମନ କଲ୍ୟାଣ ଚୌଧୁରୀ ଡ଼ଃ ମିହିର କୁମାର ତ୍ରିପାଠୀ, ସୁଶାନ୍ତ କୁମାର ସାହୁ, ରାମ ନାରାୟଣ ସାହୁ ପ୍ରମୁଖ ପ୍ରମୁଖ ଉପସ୍ଥିତ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର ୬୮ ତମ୍ ପ୍ରତିଷ୍ଠା ଦିବସ ରେ ସହଯୋଗ କରି ସାଫଲ୍ୟାୟ ମଣ୍ଡିତ କରିଥିଲେ l