ଜଗନ୍ନାଥ ପ୍ରସାଦ:୨୫/୧:(ଚିତ୍ତରଞ୍ଜନ ଗନ୍ତାୟତ )
ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ଶିକ୍ଷାଧିକାରୀ ଅଧୀନ କାଦୁଆ ମଙ୍ଗରାଜପୁରରେ ଥିବା ଗୋପୀନାଥ ସ୍ୱାମୀ ନୋଡାଲ ବିଦ୍ୟାପୀଠ ଠାରେ ଗୁରୁବାର ଦିନ ୫୪ତମ ବାର୍ଷିକ ସୃଜନୀ ୨୦୨୪ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋଦାବରୀଶ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ରାଜ୍ୟ ସରକାର ସଦା ସର୍ବଦା ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ଏବଂ ଶିକ୍ଷାର ମାନ ବୃଦ୍ଧି ସକାଶେ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ କଲ୍ୟାଣୀ ପାଢ଼ୀ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ(ଅଧକ୍ଷ)ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମ୍ନାନୀତ ଅତିଥି ଏସ.ନୀଳାଞ୍ଚଳ ଚୌଧୁରୀ (ସଭାପତି )ବିଦ୍ୟାଳୟ ପରିଚାଳନା କମିଟି, କାଦୁଆ ସରପଞ୍ଚ ରୁନିଳତା ସାହୁ, ସମିତି ମେମ୍ବର ପ୍ରକାଶ ଚନ୍ଦ୍ର ନାଇକ,ବରିଷ୍ଠ ଓକିଲ ପବିତ୍ର ପ୍ରସାଦ ସାହୁ ଓ ନିରାକାର ସାହୁ
ମଞ୍ଚାସିନ ଥିଲେ l କାର୍ଯ୍ୟକ୍ରମ ଆରମ୍ଭରୁ ଛାତ୍ରୀମାନଙ୍କ ଦ୍ୱାରା ପରମ୍ଭିକ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମକୁ ଆଗକୁ ନିଆଯାଇଥିଲା l ଏହି ଅବସରରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ପକ୍ଷରୁ ବାର୍ଷିକ ଆୟୋଜିତ ବିଭିନ୍ନ ପ୍ରଦର୍ଶନୀ ଉପରେ ଆଲୋକପାତ କରାଯାଇଥିଲା l ବିଦ୍ୟାଳୟ ସ୍ତରରେ ରହିଥିବା ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ, କ୍ରୀଡାଙ୍ଗନ, ଗଣିତ କ୍ଳବ, ବିଜ୍ଞାନ କ୍ଳବ ଓ ଇକୋ କ୍ଳବର ବିଭିନ୍ନ ପ୍ରଦର୍ଶନରେ ୩୫୦ଜଣ ଛାତ୍ରଛାତ୍ରୀ ଭଗନେଇଥିବା ବେଳେ ୨୧୨କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀଙ୍କୁ ମାନପତ୍ର ଓ ଟ୍ରଫି ପୁରସ୍କୃତ ସମ୍ନାନୀତ ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ l ବରିଷ୍ଠ ଶିକ୍ଷକ ତଥା ଜ୍ୟୋତିର୍ବିଦ ଅନଦା ତ୍ରିପାଠୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ କୈଳାଶ ଚନ୍ଦ୍ର ସୁବୁଦ୍ଧି,ସନ୍ତୋଷ କୁମାର ଷଡ଼ଙ୍ଗୀ, ସୁଶାନ୍ତ କୁମାର ନାଇକ, ଦୁଃଶାସନ ରାଉତ, ଜିତେନ୍ଦ୍ର ପ୍ରସାଦ ବେହେରା,ପ୍ରଜ୍ଞ୍ୟା ପ୍ରକାଶ ନାୟକ, ବିକାଶ ପ୍ରଧାନ, ଆଦିକନ୍ଦ ନାଇକ, ଦିଲ୍ଲୀପ କୁମାର ମହାପାତ୍ର, ଶିକ୍ଷୟିତ୍ରୀ ନିରୁପମା ସାହୁ, ସାଗରୀକା ପ୍ରଧାନ, କୁସୁମ କୁମାରୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତା, ବହୁ ଅଭିଭାବକ ଓ ଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ l

