You are currently viewing କନ୍ଦରପୁର କଲେଜରେ ‘ନୂଆ -ଓ ‘ ଉଦଯାପିତ : ସରକାରଙ୍କୁ ଧନ୍ୟବାଦ ଜଣାଇଲେ ସାହିତ୍ୟିକ
କନ୍ଦରପୁର କଲେଜରେ ‘ନୂଆ -ଓ ‘ ଉଦଯାପିତ : ସରକାରଙ୍କୁ ଧନ୍ୟବାଦ ଜଣାଇଲେ ସାହିତ୍ୟିକ

“ଏନ୍ତୁଡ଼ି ଶାଳରୁ ଜୁଇ ପର୍ଯ୍ୟନ୍ତ ଜଗନ୍ନାଥ ସଂସ୍କୃତି ବ୍ୟାପିଛି” ।

କଟକ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ‘ନୂଆ-ଓ’ କାର୍ଯ୍ୟକ୍ରମ ଆଧାରରେ କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର କଲେଜର ଓଡ଼ିଆ ବିଭାଗ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଓଡ଼ିଆ ବିଭାଗର ମୁଖ୍ୟ ପ୍ରଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦଯାପନ ଦିବସରେ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ, ସନ୍ତିନିକେତନ ର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଜଗନ୍ନାଥ ସଂସ୍କୃତି ଉପରେ ବିସ୍ତୃତ ଭାବେ ଆଲୋକପାତ କରି ଏନ୍ତୁଡି ଶାଳରୁ ଜୁଇ ପର୍ଯ୍ୟନ୍ତ ଜଗନ୍ନାଥ ସଂସ୍କୃତି ବ୍ୟାପିଛି ବୋଲି କହିଥିଲେ। ଅଧ୍ୟାପିକା ଡ. ନମିତା ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଅଭୟ କୁମାର ବାରିକ, ସମ୍ମାନିତ ଅତିଥି ଭାବରେ କଲେଜ ଅଧ୍ୟକ୍ଷା ପ୍ରାଧ୍ୟାପିକା ପ୍ରଣତି ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ଡ଼ ସ୍ମିତା ମହାନ୍ତି, ପ୍ରାଧ୍ୟାପକ ଡ଼ ଅଲେଖ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପିକା ବିଶ୍ଵ କଲ୍ୟାଣୀ ବେହେରା ବିବରଣୀ ପ୍ରଦାନ କରିଥିବାବେଳେ ପ୍ରଦୀପ୍ତ କୁମାର ବିଶ୍ବାଳ ସ୍ବାଗତ ଭାଷଣ ଓ ଓଡ଼ିଆ ବିଭାଗର ଅଧ୍ୟାପିକା ଶୁଭସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ‘ନୂଆ-ଓ’ ଅନ୍ତର୍ଗତରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିବାବେଳେ ଶ୍ରେଷ୍ଟ ବିବେଚିତ ହୋଇଥିବା ଛାତ୍ରୀ ମନସ୍ଵିନୀ ପଣ୍ଡାଙ୍କୁ ସ୍ଵତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା।

ଏହି ଉଦଯାପନୀ ସଭାକୁ ଅଧ୍ୟାପିକା ଦିପାଳୀ ରାଉତ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେଉରିଆ, ଅଧ୍ୟାପକ ସିଦ୍ଧାନ୍ତ ଶେଖର ବିଷୋୟୀ, ଅଧ୍ୟାପକ ଡ ଅମିୟ ରଞ୍ଜନ ନାୟକ, ଅଧ୍ୟାପକ ସଂଗ୍ରାମ କେଶରୀ ଜଗଦ୍ଦେବ, ଅଧ୍ୟାପକ ଏସ.ଚକ୍ରବର୍ତ୍ତୀ, କର୍ମଚାରୀ ଦିବ୍ୟଜ୍ୟୋତି ସାହୁ, ଜିତେନ୍ଦ୍ର ସାହୁ, ବୈଦ୍ୟନାଥ ପଣ୍ଡା, ସଂଗ୍ରାମ ବେହେରା ପ୍ରମୁଖ ସହଯୋଗ କରିଥିଲେ।