You are currently viewing ଆସିକା ବିଜେପି ପକ୍ଷରୁ ଗାଁ ଚାଲ ଅଭିଯାନ
ଆସିକା ବିଜେପି ପକ୍ଷରୁ ଗାଁ ଚାଲ ଅଭିଯାନ

ଆସିକା,୩୧/୧ (ଶକ୍ତି ପ୍ରସାଦ କର)ଆସିକା କଳିଙ୍ଗା ରୋଡ ରେ ଥିବା ଭଞ୍ଜ କଲ୍ୟାଣ ମଣ୍ଡପ ରେ ଆସିକା ବିଜେପି ପକ୍ଷରୁ ଗାଁ ଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଯୁବ ନେତା ସରୋଜ ଭଞ୍ଜ ଙ୍କ ନେତୃତ୍ୱ ରେ ଜିଲ୍ଲା ସଭାପତି ଗୋକୁଳl ନନ୍ଦ ମଲ୍ଲିକ ଙ୍କ ସଭାପତିତ୍ବ ରେ ରାଜ୍ୟ ରୁ ପିଙ୍କି ପ୍ରଧାନ, ସୁରମା ପାଢୀ, ମହେଶ ମହାନ୍ତି, ପ୍ରଦିପ ପାତ୍ରୀ, ଜୟନ୍ତୀ ପଢିଆରୀ, ପ୍ରଭାକର ପଣ୍ଡା, ଦୀପକ ପ୍ରଧାନ, ପୂର୍ବ ତନ ବିଧାୟକ ସରୋଜ ପାଢ଼ୀ ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ନାରାୟଣ ବେହେରା,ଅମ୍ବିକା ପ୍ରସାଦ ପଣ୍ଡା,ଦୀପକ ପ୍ରଧାନ, ପ୍ରଭାକର ପଣ୍ଡା, କାଳୁ ଚରଣ ପ୍ରଧାନ, ସୁଶାନ୍ତ ରାଉତ, ଶଙ୍କର ମହାନ୍ତି,ପ୍ରମୁଖ ଉପସ୍ଥିତ ଥିଲେ l କେନ୍ଦ୍ର ସରକାରଙ୍କ ଅନେକ ଜନହିତକର ଯୋଜନା ଗୁଡିକ ଗାଁ ଲୋକ ମାନଙ୍କ ପାଖରେ ପହଂଚି ପାରିବ ସେ ନେଇ ବିଜେପି କର୍ମୀ ମାନଙ୍କୁ ତୃଣ ମୂଳ ସ୍ତରରୁ ସୁଦୃଢ କରିବାକୁ ଏହି ଅଭିଯାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବହୁତ ପ୍ରମୁଖ ବ୍ୟକ୍ତି ଯୋଗ ଦାନ ଦେଇଥିଲେ l