You are currently viewing ଆସିକା ନୂତନ ତହସିଲଦାର ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
ଆସିକା ନୂତନ ତହସିଲଦାର ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।

ଆସିକା,୭/୨ (ଶକ୍ତି ପ୍ରସାଦ କର) ଆସିକା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲ୍ଲା ପରିଷଦ ସଭ୍ୟ ଜୋନ ନଂ -୦୩ ଶ୍ରୀମାନ ବି. ମନୋଜ କୁମାର ଦୋରାଙ୍କ ନେତୃତ୍ୱରେ ଆସିକା ବିଜୁ ଯୁବ ଛାତ୍ର ଜନତା ଦଳର ପରିବାର ତରଫରୁ ଆସିକା ନବ ନିଯୁକ୍ତ ତହସିଲଦାର ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ମାଡାମଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଉପଢୌକନ, ଫୋଟଚିତ୍ର ପୁଷ୍ପଗୁଚ୍ଛ ଦେଇ ସମସ୍ତେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଜୋନ ନଂ -୦୩ ଶ୍ରୀମାନ ବି. ମନୋଜ କୁମାର ଦୋରା,ଆସିକ ନିର୍ବାଚନ ମଣ୍ଡଳୀ ଯୁବ ଜନତା ଦଳରସଭାପତି ତଥା ଚଢ଼େୟାପଲ୍ଲୀ ସରପଞ୍ଚ ଶ୍ରୀ ଜୟସେନ ସ୍ୱାଇଁ,ଆସିକା ନଗର ଛାତ୍ର ସଭାପତି ତଥା ନଗର-ୱାର୍ଡ -୧୩ କାଉନସିଲର ଶ୍ରୀ ନିଗମାନନ୍ଦ ରାଉତ,ନଗର ଯୁବ ବିଜେଡି ସଭାପତି ଶ୍ରୀ ଜିତେନ୍ଦ୍ର ମହାରଣା,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଶ୍ରୀ ପ୍ରତାପ ପ୍ରଧାନ, ବ୍ଲକ ଯୁବ ବିଜେଡି ସମ୍ପାଦକ ଶ୍ରୀ ଟୁକୁନା ନାହାକ, ବ୍ଲକ ଯୁବ ସଂଯୋଜକ ଶ୍ରୀ ଭଗବାନ ସ୍ୱାଇଁ, ବ୍ଳକ ଯୁବ ବିଜେଡି ଡିଜିଟାଲ ସମ୍ପାଦକ ତଥା ଯୁବ ଆଇନଜୀବୀ ଶ୍ରୀ ପ୍ରମୋଦ ପ୍ରଧାନ,ଜିଲ୍ଲା ଆଇ. ଟି ସଂଯୋଜକ ଶ୍ରୀ ଶ୍ୱେତବସନ୍ତ ଲେଙ୍କା,ଯୁବ ସମ୍ପାଦକ ଶ୍ରୀ ସାଗର ପାତ୍ର,ବ୍ଲକ ଆଇ. ଟି ସଂଯୋଜକ ଶ୍ରୀ ସୁକାନ୍ତ ସାହୁ,ନଗର ଛାତ୍ର ଡିଜିଟାଲ ସମ୍ପାଦକ ଶ୍ରୀମାନ କେଶବ ଦାଶ,ବ୍ଲକ ଛାତ୍ର ଆଇ.ଟି ସଂଯୋଜକ ଶ୍ରୀ ସନ୍ତୋଷ ନାହାକ, ଛାତ୍ର ନେତା ଶଙ୍କର ନାହାକ,ଉଦିତ ପାଢ଼ୀ, ପ୍ରିୟବତ ଦାଶ, ଯୁଗ୍ମ ଡିଜିଟାଲ ସମ୍ପାଦକ ଆକାଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।।