ଜଗନ୍ନାଥ ପ୍ରସାଦ :୮/୨:ଚିତ୍ତରଞ୍ଜନ ଗନ୍ତାୟତ )
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଧୀନ ଜାମଗୋରୋଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଆଜି ଷଷ୍ଠତମ ବର୍ଷୀକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷ ଦଣ୍ଡପାଣି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦିପ୍ତିମୟୀ ପ୍ରଧାନ ,ମୁଖ୍ୟବକ୍ତା ଭାବେ ବ୍ଲକ ଅଧକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର,ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ କଲ୍ୟାଣୀ ପାଢ଼ୀ, ଗଣ୍ଡାଧାର ସରପଞ୍ଚ ବିଜୟ କୁମାର ନାୟକ ଓ ସମିତି ମେମ୍ବର ପିଣ୍ଟୁ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଖେଳର ଉପକାରୀତା , ଶିକ୍ଷା ସହ ଶାରୀରିକ ଶିକ୍ଷାର ଆବଶ୍ୟକତା ବିଷୟରେ ନିମନ୍ତ୍ରିତ ଅତିଥିମାନେ ମତ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ୨୦୨୩ ମସିହାର ଦଶମ ଶ୍ରେଣୀର ସିବିଏସଇ ଛାତ୍ରୀ ବର୍ଷାରାଣୀ ପ୍ରିୟଦର୍ଶିନୀଙ୍କୁ ବିଦ୍ୟାଳୟର ଟପ୍ପର ଓ ସର୍ବୋଚ୍ଚ ମାର୍କ ରଖି ରାଜ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥରରେ ଚତୁର୍ଥ ସ୍ଥାନ ରଖିଥିବା ହେତୁ ତାଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଟପ୍ପର, ବାର୍ଷିକ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀ, ନିୟମିତ ବିଦ୍ୟାଳୟକୁ ଉପସ୍ଥିତ,ସ୍ବେଛାସେବୀ ଓ ଚଳିତ ବର୍ଷ ଟେନିସ ଖେଳରେ ବ୍ଲକ ଓ ଜିଲ୍ଲା ସ୍ତରରୁ ଯାଇ ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସମ୍ମାନିତ ଏହିପରି ଭାବେ ସର୍ବମୋଟ ୧୨୦ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଛି l କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଅଧ୍ୟାପକ ସୁନିଲ କୁମାର ପରିଡା ଓ ଅନିଲ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ବାର୍ଷିକ ବିବରଣୀ ପଠନ ଅଧ୍ୟକ୍ଷ ଦଣ୍ଡପାଣି ପ୍ରଧାନ ଓ ଚିନ୍ମୟୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ l ବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଛାତ୍ର ଛାତ୍ରୀଙ୍କୁ ନେଇ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟ କ୍ରମ କରାଯାଇଛି l

