You are currently viewing ମୋ ସେବା କେନ୍ଦ୍ରର ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ମୋ ସେବା କେନ୍ଦ୍ରର ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

କୋଦଳା: ଶନିବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାର୍ଯ୍ୟାଳୟ ମର୍ଦ୍ଦରାଜ ସମ୍ମିଳନୀ କକ୍ଷ ପରିସରରେ ମୋ ସେବା କେନ୍ଦ୍ର ପରିଚାଳକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୋ ସେବା କେନ୍ଦ୍ର ର ପରିଚାଳକଙ୍କ ଜିଲ୍ଲା ସଂଯୋଜକ ସରୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏହା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ୨୩ଟି ଗ୍ରାମ ପଞ୍ଚାୟତ ର ସମସ୍ତ ମୋ ସେବା କେନ୍ଦ୍ର କୁ କର୍ମଚାରୀ ମାନଙ୍କୁ ନେଇ ଅସୁବିଧା ,ସୁବିଧା ସମ୍ପର୍କରେ ଆଲୋଚନା ହେବା ସହ ସରକାରଙ୍କ ତରଫରୁ ହୋଇଥିବା ଚିଠି ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତ ପରିସରରେ କିଭଳି ରୁମ ଦିଆଯିବା ସେ ସମ୍ପର୍କରେ ମୋ ସେବା କେନ୍ଦ୍ର ଜିଲ୍ଲା ସଂଯୋଜକ ବ୍ଲକ ଜିପିଓଙ୍କ ସହ ଆଲୋଚନା କରିଥିଲେ। ସେ ପ୍ରତିଶ୍ରୁତି ଦେଇଛନ୍ତି ଦେଇଛନ୍ତି ଏକ ସପ୍ତାହ ମଧ୍ୟରେ ସମସ୍ତ ମୋ ସେବା କେନ୍ଦ୍ରକୁ ପଞ୍ଚୟତ ଅଫିସ ପରିସରରେ ରୁମ ଯୋଗାଇଦିଆଯିବ। ବିଶେଷ କରି ସାଧାରଣ ଜନ ସାଧାରଣ କିଭଳି ସେବା ପାଇପାରିବେ ସେ ସମ୍ପକରେ ଆଲୋଚନା ମଧ୍ୟ ହୋଇଥିଲା।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।