You are currently viewing କାଶିନିପଦର ଠାରେ ଅନୁଷ୍ଠିତ ହେଲା ଓଡିଶା ଡ୍ରାଇଭର ମହାସଂଘ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
କାଶିନିପଦର ଠାରେ ଅନୁଷ୍ଠିତ ହେଲା ଓଡିଶା ଡ୍ରାଇଭର ମହାସଂଘ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ଠାରେ ଥିବା ବରାଳଦେବୀ କ୍ଲବ ପ୍ରାଙ୍ଗଣରେ ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖା ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଓଡିଶା ଡ୍ରାଇଭର ମହାସଂଘ କାଶିନିପଦର ପଞ୍ଚାୟତ ର ସଭାପତି ସଦାନନ୍ଦ ପୃଷ୍ଟି ଙ୍କ ଅଧକ୍ଷୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ବ୍ଲକ ସଭାପତି ସାମନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସଂଘର ବ୍ଲକ ଉପସଭାପତି ବଂଶୀଧର ସାହୁ, ସମ୍ପାଦକ ରମାକାନ୍ତ ପ୍ରଧାନ, ବ୍ଲକ ଆଡମିନ ଉମାକାନ୍ତ ପ୍ରଧାନ ଙ୍କ ସହ ବହୁ ବରିଷ୍ଠ ଡ୍ରାଇଭର ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।କାର୍ଯ୍ୟକ୍ରମ କୁ ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ସଭାପତି ମାନୁଏଲ ଦିଗାଲ ପରିଚାଳନା କରିଥିବା ବେଳେ କାଶିନୀପଦର ପଞ୍ଚାୟତ ର ଉପସଭାପତି ଗାନ୍ଧୀ ଦିଗାଲ, ସମ୍ପାଦକ ନୀଳକଣ୍ଠ ସାହୁ, କୋଷାଧକ୍ଷ ଧିରେନ ଦିଗାଲ, ସହ ସମ୍ପାଦକ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶତାଧିକ ଡ୍ରାଇଭର ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ଆରମ୍ଭରୁ କାଶିନିପଦର ଶିବ ମନ୍ଦିର ଠାରୁ ଉହାଦୁର୍ଗା ବରାଳଦେବୀ କ୍ଲବ ପର୍ଯ୍ୟନ୍ତ ଏକା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ପରେ ଡ୍ରାଇଭର ମାନଙ୍କ ସମସ୍ୟା ସହ, ମଦ୍ୟପାନ କରି ଗାଡି ଚଳାଇବା, ଡ୍ରାଇଭର ମାନଙ୍କ ୟୁନିଫର୍ମ ବ୍ୟବହାର କରିବା ଉପରେ ଆଲୋଚନା ହୋଇଥିବା ବେଳେ ବିଶେଷ କରି ଡ୍ରାଇଭର ମାନଙ୍କ ର ସରକାରଙ୍କ ପାଖରେ ଦୀର୍ଘଦିନ ଧରି ହୋଇଆସୁଥିବା ଦାବି ଗୁଡିକ ବିଷୟରେ ଆଲୋଚନା ହୋଇଥିଲା ।ଏହି ଅବସରରେ ଅଞ୍ଚଳର ଯୁବ ସାମ୍ବାଦିକ ସୁନାସିର ଦିଗାଲ ଙ୍କ ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଡ୍ରାଇଭର ମାନଙ୍କୁ ସମ୍ମାନିତ କରାଯିଵା ସହ ବ୍ଲକ ର ଏକମାତ୍ର ମହିଳା ଡ୍ରାଇଭର ସାଡିଙ୍ଗିଆ ର ରଶ୍ମିତା ସାହୁ ଙ୍କୁ ସଙ୍ଘ ତରଫରୁ ସମ୍ମାନିତ କରାଯାଇଥିଲା ।
କନ୍ଧମାଳ ଜିଲ୍ଲା ରୁ ବାଳକୃଷ୍ଣ କଂହ ର ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ