You are currently viewing ସାନଖେମୁଣ୍ଡି ବ୍ଲକ ରେ ମନରେଗା ଜନ ଶୁଣାଣୀ ଶିବିର ଅନୁଷ୍ଠିତ
ସାନଖେମୁଣ୍ଡି ବ୍ଲକ ରେ ମନରେଗା ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ସାନଖେମୁଣ୍ଡି , ୦୪/୦୩,(ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରେ ମନରେଗା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ୨୦୨୩ – ୨୪ ଆର୍ଥିକ ବର୍ଷ ଦ୍ଵିତୀୟ ପର୍ଯ୍ୟାୟରେ ବ୍ଲକରେ ହୋଇଥିବ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଆଜି ସାନଖେମୁଣ୍ଡି ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।


ସମସ୍ତ ପଞ୍ଚାୟତସ୍ତରୀୟ ଜନପ୍ରତିନିଧି, ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କ ସହ ମନରେଗା ଏବଂ ଖାଦ୍ୟ ସୁରକ୍ଷା ଯୋଜନା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ସମୂହଙ୍କ ଯୋଗଡାନରେ ଅନୁଷ୍ଠିତ ଏହି ଶିବିରରେ ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଲ ପାତ୍ର ପୌରହିତ୍ୟ କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ମଲାଣ ବ୍ଲକ୍ ବିଡ଼ିଓ ଜୀତେନ୍ଦ୍ର କୁମାର ମିଶ୍ର ,ଉପାଧ୍ୟକ୍ଷ ରିଙ୍କି ନାହାକ ପ୍ରମୁଖ ମଞ୍ଚାଷିନ ରହିଥିଲେ ।

ସହ ବ୍ଲକ ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶିବିରକୁ ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ଅରୁଣ କୁମାର ସ୍ୱାଇଁ ସଂଯୋଜନା କରିଥିଲେ ।ଅନୁଷ୍ଠିତ ଏହି ଶିବିରରେ ୨୦୨୩-୨୪ ଆର୍ଥିକ ବର୍ଷ ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟରେ ପଞ୍ଚାୟତ ସ୍ତରରେ ହୋଇଥିବା ନିଶ୍ଚିତ କର୍ମ ନିଯୁକ୍ତି ଭିତ୍ତିକ ଉନ୍ନୟନ କାର୍ଯ୍ୟର ବିବରଣୀ ଉପସ୍ଥାପନ କରାଯାଇଥିଲା।ସୂଚନା ପ୍ରକାରେ, ଏହି ଆର୍ଥିକ ବର୍ଷରେ ବ୍ଲକର ସର୍ବମୋଟ ୨୭୨୭୧ ଜଣ ଜବ କାର୍ଡଧାରୀଙ୍କ ମଧ୍ୟରୁ ୨୬୩୨୩ ଜଣଙ୍କୁ ଏହି ଶ୍ରମ ନିଯୁକ୍ତି ଯୋଜନାରେ ସାମିଲ କରାଯାଇଥିବା ଜଣାପଡିଛି। ଏହି ସମୟରେ ୧୮,୮୭,୮୮୬ ଶ୍ରମ ନିଯୁକ୍ତି ଦିବସ ଧାର୍ଯ୍ୟ ରହିଥିବା ବେଳେ ସେଥି ମଧ୍ୟରୁ ୧୩ ୨୧,୩୧୯ (୭୦ସତାଂଶ ) ନିଯୁକ୍ତି ଦିଆଯାଇଛି i

ଏବଂ ଏହି ବାବଦକୁ ମୋଟ ଟ.୨୯୦୯.୬୦ ଲକ୍ଷ ବ୍ୟୟ ଅଟକଳ କରାଯାଇଥିବା ବେଳେ ୨୭୫୧.୫୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଜଣା ପଡ଼ିଛି ସାନଖେମୁଣ୍ଡିରେ ଏହି ଆର୍ଥିକ ବର୍ଷରେ ୩୬୪୭ ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ୩୦୮୫ ଅନୁସୂଚିତ ଜାତି ଓ ଉପଜାତି ବର୍ଗଙ୍କୁ ସାମିଲ କରାଯାଇଛି ଏବଂ ୧୨୯୦୭ ମହିଳାଙ୍କୁ ଏଥିରେ ସାମିଲ କରାଯାଇଥିବା ସୂଚନା ରହିଛି।


ବ୍ଳକ ଅଞ୍ଚଳରେ ୨୦୨୩-୨୪ ଆର୍ଥିକ ବର୍ଷରେ ୩୯୭୨ଗୋଟି ପ୍ରକଳ୍ପ ମଞ୍ଜୁରୀ ହୋଇଥିବା ବେଳେ ସେଥି ମଧ୍ୟରେ ୭୩୩ ଗୋଟି ଗୋଷ୍ଠି ପ୍ରକଳ୍ପ ଏବଂ ୩୨୩୯ ଗୋଟି ବ୍ୟକ୍ତିଗତ ପ୍ରକଳ୍ପ ମଞ୍ଜୁରୀ ହୋଇଛି।
ଏବଂ ଏହି ସମୟରେ ପକ୍ଷରୁ ୯୬୪ ଗୋଟି ପ୍ରକଳ୍ପ ମଂଜୁର ହୋଇଥିବା ଶିବିର ଆଲୋଚନା ହୋଇଛି

ରିପୋର୍ଟର : ରଘୁନାଥ ନାୟକ