ଧରାକୋଟ,23/3/24
ଆସନ୍ତା ସାଧାରଣ ନିର୍ବାଚନ କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆସିଷ୍ଟାଣ୍ଟ ରିଟର୍ଣିଂ ଅଫିସର ତଥା ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଅଧ୍ୟକ୍ଷତା ରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲ୍ୟାଣ ଅଧିକାରୀ ଅନିଲ ପ୍ରଧାନ ଙ୍କ ସମେତ ସମସ୍ତ ତେର ଜଣ ସେକ୍ଟର ଅଫିସର ଉପସ୍ଥିତ ରହିଥିଲେ। ଆସନ୍ତା ସାଧାରଣ ନିର୍ବାଚନ ରେ ବ୍ଲକର ଅଠର ଗୋଟି ପଞ୍ଚାୟତ ର ବୟାନବେ ହଜାର ଦୁଇଶହ ଭୋଟର ଶହେ ଦଶ ଗୋଟି ବୁଥ ରେ ମତଦାନ କରିବେ । ଏଣୁ ପ୍ରତ୍ୟେକ ବୁଥ ରେ ପିଇବା ପାଣି,ଶୌଚାଳୟ, ବିଦ୍ୟୁତ, ରେମ୍ପ ଓ ଦୁଇ ଗୋଟି ଦ୍ଵାର ଥିବା ରୁମ ଉପଲବ୍ଧ ରହିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଅନ୍ୟ ପଟରେ ପୋଲିଂ ବୁଥ ପାଇଁ ରୁଟ ଚାଟ ନିର୍ଧାରଣ କରାଯାଇଥିଲା । ଚଳିତ ନିର୍ବାଚନ ରେ କମ ଛାତ୍ର ଛାତ୍ରୀ ସଂଖ୍ୟା ଥିବା ବନ୍ଦ ସ୍କୁଲ ମଧ୍ୟରୁ ଏଗାର ଗୋଟି ସ୍କୁଲରେ ବୁଥ କରାଯିବ । ଚାଳସୀ ପ୍ରତିଶତରୁ ଅଧିକ ଅକ୍ଷମ ରହିଥିବା ଦିବ୍ୟାଙ୍ଗ ବ୍ୟକ୍ତି ଓ ପଞ୍ଚାଅଶି ବର୍ଷରୁ ଅଧିକ ଅକର୍ମଣ୍ୟ ବ୍ୟକ୍ତିଙ୍କ ପାଇଁ ଘରେ ମତଦାନ ବ୍ୟବସ୍ଥା ଗ୍ରହଣ କରାଯିବ । ମୋଟ ପଚାଶ ଗୋଟି ଚାରି ଚକିଆ ଯାନ ପୋଲିଂ ଅଧିକାରୀଙ୍କ ପାଇଁ ଆବଶ୍ୟକ ରହିଥିବା ବେଳେ ଏଥିରେ ଗୋଟାଏ,ଦୁଇଟି ଓ ତିନୋଟି ପର୍ଯ୍ୟନ୍ତ ପୋଲିଂ ପାର୍ଟି ଵୁଥରେ ସୁରୁଖୁରୁରେ ପହଞ୍ଚିବା ବ୍ୟବସ୍ଥା କରାଯିବ । ଉଭୟ ସାନ ଖେମୁଣ୍ଡି ଓ ଧରାକୋଟ ବ୍ଲକର ମୋଟ ଦୁଇଶହ ତେପନ ଗୋଟି ବୁଥରେ ମତଦାନ ହେବାକୁ ଯାଉଥିବା ବେଳେ ଖୁବ ଶୀଘ୍ର ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ କରାଯିବ ବୋଲି ଜଣାଯାଇଛି ।
