You are currently viewing ବିଜେପି ରେ ଯୋଗ ଦେଲେ ବାଣିଆ ପଂଚାୟତ ର ଏକ ହଜାର ପୁରୁଷ ମହିଳା
ବିଜେପି ରେ ଯୋଗ ଦେଲେ ବାଣିଆ ପଂଚାୟତ ର ଏକ ହଜାର ପୁରୁଷ ମହିଳା

ଖଲ୍ଲିକୋଟ : 27/4 ଖଲ୍ଲିକୋଟ ରେ ବିଜେଡି ର ଟିକେଟ କଳି ଏଯାବତ ଅସମାହିତ ଥିବା ବେଳେ ବିଜେପି ପ୍ରତିଦିନ ବିଜେଡି ର ଆଗଧାଡିର ନେତା ଓ କର୍ମୀ ମାନଙ୍କୁ ନିଜ ଦଳ ଆଡକୁ ଆକର୍ଷଣ କରି ସଂଗଠନ କୁ ମଜଭୁତ କରି ଚାଲିଛି |ବ୍ଲକ ର ବହୁ ବିଜେଡି ସରପଞ୍ଚ ଓ କର୍ମୀ ମାନଙ୍କୁ ବିଜେପି ଦଳ ରେ ସାମିଲ କରିଥିବା ବେଳେ ଶୁକ୍ରବାର ଦିନ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଣିଆ ପଂଚାୟତ ର ଏକ ହଜାର ରୁ ଊର୍ଧ୍ଵ କର୍ମୀ ବିଜେପି ରେ ଯୋଗ ଦେଇ ସମର୍ଥନ ଜଣାଇଥିବା ଜଣାପଡିଛି |ବାଣିଆ ଗ୍ରାମ

ମଝିରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଜେପି ପାର୍ଥି ପୂର୍ଣ୍ଣ ଚନ୍ଦ୍ର ସେଠୀ, ଘୁମୁସର ଜିଲ୍ଲା ବିଜେପି ସମ୍ପାଦକ ଅନିଲ ପଣ୍ଡା, ବିଜେପି ଆସିକା ଲୋକ ସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶ ଯୁବ ସମାଜସେବୀ ତଥା କଞ୍ଚଣା ସମିତି ସଭ୍ୟ ଚିତ୍ରସେନ ଘୋଷ, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶଙ୍କର ପ୍ରସାଦ ନାହାକ ଯୁବ ନେତା ନିରଞ୍ଜନ ନାୟକ ମନୋଜ କୁମାର ପ୍ରଧାନ, ସନ୍ତୋଷ କୁମାର ରାଉତ

ସଞ୍ଜୟ କୁମାର ଜେନା,, ସକଳେଶ୍ୱର ଦାଶ, ରବି ସ୍ୱାଇଁ ଜଗନାଥ ଭୂୟାଁ, ଶମ୍ଭୁ ସାହୁ ପ୍ରମୁଖ ନେତା ମାନଙ୍କୁ ଏକ ବିରାଟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ଶ୍ରୀରାମ ଧ୍ୱନି ମାଧ୍ୟମ ରେ ବିଜେପି ଉତ୍ତରୀୟ ଓ ଟୋପି ପରିଧାନ କରିଥିଲେ |
(ରିପୋର୍ଟ – ମାଧବ ବେହେରା ଖଲ୍ଲିକୋଟ )