ଖଲ୍ଲିକୋଟ : 5/5 ରବିବାର ଦିନ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ପଂଚାୟତ ର ନୂଆପଲ୍ଲୀ, ଗୋପପୁର, ଚିକିଲି, ବାଦ ପଲ୍ଲୀ ପଭୃତି ଗ୍ରାମର ଚିକିଲି ପଂଚାୟତ ର ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ଖୁଣ୍ଟିଆ ଙ୍କ ନେତୃତ୍ୱରେ ପଂଚାୟତ ର ଶତାଧିକ କଂଗ୍ରେସ ଓ ବିଜେପି କରି ଶଙ୍ଖ ଧରିଥିବା ଘୋଷଣା କରିଥିଲେ |ବିଜେଡି ର ଏହି ମିଶ୍ରଣ ପର୍ବ ରେ ଚିକିଲି ପଂଚାୟତ ଓ ଆଖପାଖ ପଂଚାୟତ ର ବହୁ ପୂର୍ବତନ ସମିତି ସଭ୍ୟ ଓ ପୂର୍ବତନ ସରପଞ୍ଚ ଙ୍କ ସମେତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ଗୌଡ଼, କନ୍ଧ ଗୌଡ଼ ଙ୍କ ସମେତ ବହୁ କର୍ମୀ ଓ ନେତା ମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଆଦର୍ଶ ଓ ସ୍ଥାନୀୟ ବିଧାୟିକା ଙ୍କ ନେତୃତ୍ୱ ଉପରେ ଭରସା କରି ସ୍ୱତଃ ଭାବେ ଯୋଗ ଦେଇଥିଲେ |ଲକ୍ଷ୍ମୀ ନାରାୟଣ ପୁର ଗ୍ରାମ ନିକଟବର୍ତ୍ତୀ ମା ବହୁରୀ ଠାକୁରାଣୀ ଙ୍କ ମନ୍ଦିର ପରିସର ରେ ଆୟୋଜିତ ମିଶ୍ରଣ ପର୍ବ ରେ ସ୍ଥାନୀୟ ବିଧାୟିକା ଓ ବିଜେଡି ପାର୍ଥୀନୀ ସୂର୍ଯ୍ୟମଣି ବୈଦ୍ୟ, ପ୍ରାକ୍ତନ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ସୋନମ ପଳାଇ, ପୂର୍ବତନ ସରପଞ୍ଚ ବ୍ରଜକିଶୋର ସ୍ୱାଇଁ, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ବ୍ଲକ ଯୁବ ବିଜେଡି ସଭାପତି ଦୟାନିଧି ସାହୁ,ତୁଳସୀପୁର ସରପଞ୍ଚ ଶିକ ପାଣ୍ଡୀ ସମିତି ସଭ୍ୟ ଟୁଲୁ ପ୍ରଧାନ, ଯୁବ ବିଜେଡି ନେତା ବିକ୍ରମପୁର ସରପଞ୍ଚ ପ୍ରସନ୍ନ କୁମାର ଆଚାର୍ଯ୍ୟ ଓ ଆଇନଜୀବୀ ପ୍ରଶାନ୍ତ କୁମାର ପଣ୍ଡା ବୁଲୁ ତରାଇ ଅବସରପ୍ରାପ୍ତ ବି ଆର ସି ଭିକାରି ଚାରଣ ନାୟକ ପ୍ରମୁଖ ବିଜେଡି ନେତା ମାନେ ଉପସ୍ଥିତ ରହି ବିଜେଡି ରେ ମିଶୁଥିବା କର୍ମୀ ଓ ନେତା ମାନଙ୍କୁ ବିଜେଡି ପତାକା ପିନ୍ଧାଇ ସ୍ୱାଗତ କରିଥିଲେ |

ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ଉଭୟ ବିଜେଡି ଓ ବିଜେପି ମିଶ୍ରଣ ରାଜନୀତି ମାଧ୍ୟମ ରେ ଭୋଟ ପ୍ରଚାର କୁ ଜୋରଦାର କରିଥିବା ବେଳେ କଂଗ୍ରେସ ବହୁତ ପଛରେ ରହିଥିବା ଲକ୍ଷ୍ୟ କରାଯାଉଛି |ତେବେ ମିଶ୍ରଣ କୁ ନେଇ ଉଭୟ ବିଜେପି ଓ ବିଜେଡି ଉଚ୍ଚାହିତ ଥିବା ଦେଖିବାକୁ ମିଳୁଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
