You are currently viewing ଜନହିତରେ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ
ଜନହିତରେ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

ଭଞ୍ଜନଗର, ୧୫/୭( ଶକ୍ତି ପ୍ରସାଦ କର)
ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୫୮ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଅଭିଯୋଗ ୫୩ଟି ଥିବାବେଳେ ,ଗ୍ରାମୀୟ ଅଭିଯୋଗ ୫ ଟି ଥିଲା,ଜିଲ୍ଲାପାଳ ତ୍ୱରିତ 8ଟି ଅଭିଯାଗର ଫଇସଲା କରିଥିଲେ।

ଆଜିର ଅଭିଯାଗ ସମୟରେ ଜିଲ୍ଲାପାଳ ଜଣଂକୁ ହୁଇଲ ଚେୟାର ପ୍ରଦାନ କରିଥିଲେ ଏବଂ ଏହା ସହିତ ଜିଲ୍ଲାପାଳ ,ରେଡକର୍ସ ପାଣ୍ଠିରୁ ପାଞ୍ଚ ଜଣଂକୁ ୨୪୦୦୦(ଚବିଶି ହଜାର ଟଙ୍କା )ଟଙ୍କା ପ୍ରଦାନ କରିଥିଲେ,ଗ୍ରହଣ କରିଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ।

ଏହି ଅଭିଯୋଗ ଶୁଣାଣି ସମୟରେ,,ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ,ଭଞ୍ଜନଗର ଅତରିକ୍ତ ଉପଜିଲ୍ଲାପାଳ ଶ୍ରୀ ବିଶ୍ଵରଂଜନ କର,ଭଞ୍ଜନଗର , ଏସ.ଡ଼ି.ପି.ଓ. ଶ୍ରୀ ସୁଜିତ କୁମାର ନାୟକ,, ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀବିନୋଦ ଆଚାର୍ଯ୍ୟ ,ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ ଶେଖର ଶତପଥୀ, ଭଂଜନଗର , ,ଭଂଜନଗର ତହସିଲଦାର ଶ୍ରୀ ଉମାଶଙ୍କର ବେହେରା ,

, ସହାୟକ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର,ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ କୁମାର ମୁଦୁଲି,,ବେଲଗୁଣ୍ଠା ତହସିଲଦାର ଶ୍ରୀ କଳାକାହ୍ନୁ ପ୍ରଧାନ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି ,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,,ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l