ଦିଗପହଣ୍ଡି , ୨୩।୭।୨୪ : ଦିଗପହଣ୍ଡି ବ୍ଲକ ଅଧୀନସ୍ଥ ପଦ୍ମନାଭପୁର ଗ୍ରାମ ପଞ୍ଚାୟତ ଚୈତନ୍ୟପୁର ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମ ନିକଟରୁ ମଙ୍ଗଳବାର ଦିନ ସକାଳୁ ଏକ ବିରାଟକାୟ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ । ସୂଚନାପ୍ରକାରେ , ଆଜି ସକାଳୁ କୁକୁଡ଼ା ଫାର୍ମ ନିକଟରେ ଏକ ଅଜଗର ସାପ କିଛି କୁକୁଡ଼ାକୁ ମାରି ଖାଉଥିବାର ଦୃଶ୍ୟ ଵଜରଙ୍ଗ ଦଳର କିଛି ସଦସ୍ୟ ମାନେ ସେହି ରାସ୍ତା ଦେଇ ଯାଉଥିବା ବେଳେ ଏହି ଦୃଶ୍ୟ ଦେଖିଥିଲେ । ଏହି ବିଷୟରେ ସେମାନେ କୁକୁଡ଼ା ଫାର୍ମ ର ମାଲିକକୁ ସୂଚନା ଦେଇଥିଲେ । ମାଲିକ ଘଟଣାସ୍ଥଳରେ ପହଞ୍ଚି ବଜରଙ୍ଗ ଦଳର ସଦସ୍ୟ ମାନଙ୍କ ସହାୟତାରେ ସ୍ନେକ ହେଲ୍ପଲାଇନ କୁ ଫୋନ ଦ୍ଵାରା ଯୋଗାଯୋଗ କରିଥିଲେ । ଏହି ଖବର ପାଇ ସ୍ନେକ ହେଲ୍ପଲାଇନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷା ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି । ସାପଟିର ଲମ୍ବ ୪ ରୁ ୬ ଫୁଟ ଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଵଜରଙ୍ଗ ଦଳ ର ଉପସଭାପତି ସନ୍ତୋଷ ଜାନୀ , ପିଦିଲି କୁରେଶୁ ରେଡ୍ଡୀ , ଲଲିତ ରେଡ୍ଡୀ ଉପସ୍ଥିତ ରହି ସ୍ନେକ ହେଲ୍ପଲାଇନ କର୍ମଚାରୀକୁ ସହଯୋଗ କରିଥିଲେ । ଏହି ଭଳି ଜନ କଲ୍ୟାଣ କାର୍ଯ୍ୟ ପାଇଁ ସ୍ନେକ ହେଲ୍ପଲାଇନ କର୍ମଚାରୀ ବଜରଙ୍ଗ ଦଳର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ଆଗମୀ ଦିନରେ ବଜରଙ୍ଗ ଦଳ ସହିତ ହାତ ମିଳାଇ ସାହାଯ୍ୟ ସହଯୋଗ କରିବି ବୋଲି ପ୍ରତିଶୃତି ଦେଇଥିଲେ। ରିପୋର୍ଟ ରବି କୁମାର ଶର୍ମା

