ସାନଖେମୁଣ୍ଡି ୩/୮ :ବିଦ୍ୟାଭାରତୀ ତଥା ଶିକ୍ଷା ବିକାଶ ସମିତି ଓଡ଼ିଶା ଦକ୍ଷିଣ ପୂର୍ବ ସମ୍ଭାଗ ପକ୍ଷରୁ ଡେଙ୍ଗାଉସ୍ତା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରର ଦୁଇଦିନିଆ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଏହି ଶିବିରରେ ଦକ୍ଷିଣ ପୂର୍ବ ସଂଭାଗ ଅନ୍ତର୍ଗତ ଗଞ୍ଜାମ ଗଜପତି ଫୁଲବାଣୀ ଜିଲ୍ଲାର ୭୨ ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୪୦ ରୁ ଊର୍ଦ୍ଧ୍ବ ପ୍ରଧାନଆଚାର୍ଯ୍ୟ ଓ ସମ୍ପାଦକ ଅଂଶଗ୍ରହଣ କରିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ସୁଧାର ଶୈକ୍ଷିକ ବାତାବରଣ ସୃଷ୍ଟି ଜାତୀୟ ଶିକ୍ଷାନୀତି ବିଦ୍ୟାଳୟ ଓ ଶ୍ରେଣୀ ପରିଚାଳନା ପ୍ରଭୃତି ବିଷୟରେ ଆଲୋକପାତ କରାଯାଉଛି।

ମୁଖ୍ୟ ଅତିଥି ଶିକ୍ଷା ବିକାଶ ସମିତି ସଂଗଠନ ମନ୍ତ୍ରୀ ତାରକଦସ ସରକାର ପ୍ରାନ୍ତ ପତ୍ରିକା ସଂଯୋଜକ ଦେବେନ୍ଦ୍ରକୁମାର ପଟନାୟକ ପ୍ରାନ୍ତ ଖେଳକୁଦ ସଂଯୋଜକ ସଞ୍ଜୟକୁମାର ମିଶ୍ର ବିଜେପି ଘୁମୁସର ଜିଲ୍ଲା ସଭାପତି ବିଜୟକୁମାର ସ୍ଵାଇଁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗଦାଧର ସ୍ଵାଇଁ ସମ୍ଭାଗ ସଭାପତି ଡ ତାରାପ୍ରସାଦ ଦାସ ସମ୍ଭାଗ ସମ୍ପାଦକ ଦୀପକକୁମାର ମହାରଣା କୋଷାଧ୍ୟକ୍ଷ ପ୍ରଦୀପକୁମାର ଦାସ ସଂଯୋଜକ ପ୍ରକାଶଚନ୍ଦ୍ର ତ୍ରିପାଠୀ ଗଞ୍ଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟନାୟକ ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ ସମ୍ଭାଗ କାର୍ଯ୍ୟାଳୟ ପ୍ରମୁଖ ସଂଗ୍ରାମ କେଶରୀ ମହାନ୍ତି ବ୍ୟବସ୍ଥା ପ୍ରମୁଖ ଓ ସଂଯୋଜକ ରବୀନ୍ଦ୍ରକୁମାର ଜେନା ଜାନକୀବଲ୍ଲଭ ବିଷୋୟୀ ସମ୍ଭାଗ ସଦସ୍ୟା ଗୀତାଞ୍ଜଳି ମିଶ୍ର କେ ପୁଷ୍ପାଞ୍ଜଳି ଦାଶ ଶୈକ୍ଷିକ ସଂଯୋଜକ ଅରୁଣକୁମାର ବାଗ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଏହାର ସଫଳ ରୂପାୟନ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

