ଦିଗପହଣ୍ଡି , ୨୩।୭।୨୦୨୪ ଦିପ ତଳ ଅନ୍ଧାର, ଏହି ଲୋକ କଥା ଟି ସତ ହୋଇଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ ସ୍ଥିତ ଏହି ଗ୍ରାମାଞ୍ଚଳର ଚାଷୀ ଭାଇ ମାନଙ୍କ ଜୀବନରେ। ଦୀର୍ଘ ପ୍ରାୟ କୋଡ଼ିଏ ବର୍ଷ ତଳେ ୨୦୦୩ ରେ ଏହି ଚାରୋଟି ଗ୍ରାମ (ଭିମୀପୁର, ନନ୍ଦ ଗାଁ, କଇଠଡ଼ା, ନୂଆଁ ଦ୍ବାର ଗାଁ ) କୁ ଘୋଡ଼ାହାଡ ଡ୍ୟାମ୍ ବାମ କେନାଲ ଚକାତେନ୍ତୁଳି ଠାରୁ ପାଣି ଯୋଗାଇବା ପାଇଁ କେନାଲ କାମ ଆରମ୍ଭ ହୋଇଥିଲା କିନ୍ତୁ ଏତେ ବର୍ଷ ପରେ ମଧ୍ୟ ୯୦% କାର୍ଯ୍ୟ ହୋଇ ପାରିଛି ଏବଂ କାର୍ଯ୍ୟ ଏଯାଏଁ ସମ୍ପୂର୍ଣ ହୋଇ ପାରି ନାହିଁ। ପାଣିପାଗ ଏଵଂ ଋତୁ ରେ ଆସୁଥିବା ଅନିୟମିତତା ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସର୍ବାଧିକ ଚାଷୀ ମାନେ ପ୍ରଭାବିତ ହେଉଥିବା ସର୍ବବିଦିତ। ଏହି ସମୟରେ ନିଜ ଖେତ କୁ ପାଣି ପାଇଁ ଡହଳ ବିକଳ ଚାଷୀ ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି। ହେଲେ ପ୍ରଶାସନିକ ଅବହେଳା ଆଉ ରାଜନୈତିକ ପକ୍ଷପାତିତା ରେ ପୀଡିତ ଏହି ଗ୍ରାମର ଚାଷୀ ମାନେ ବର୍ତ୍ତମାନ ଉଗ୍ର ଓ ଆନ୍ଦୋଳନ ମୁଖି ହେଲେଣି। ଏହି କ୍ରମରେ ଗ୍ରାମବାସୀ ମାନେ ଦାବି ନେଇ ଦିନାଙ୍କ ୧ ଜୁଲାଇ ୨୦୨୪ ରେ ଆର.ଭି.ଏନ୍ (ଋଷିକୂଲ୍ୟା, ବଂଶଧାରା, ନାଗାବଳୀ) ଅବବାହିକାର ମୁଖ୍ୟ ଯନ୍ତ୍ରୀ ସଞ୍ଜୀବ ଦାସ ଶର୍ମା ଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଜ୍ଞାପନ ଦେଇଥିଲେ। ଯଥାଶୀଘ୍ର ବଳକା କାମ ପୂରଣ କଲେ କେନାଲ ଦ୍ଵାରା ଚାଷୀ ମାନେ ନିଜ କ୍ଷେତକୁ ଜଳ ପାଇବେ, ନିଜ ଜୀବିକା ଫେରି ପାଇବେ ଏବଂ ଅନ୍ୟ ରାଜ୍ୟରେ ଦାଦନ ଦୁଃଖରୁ କିଛିଟା ରକ୍ଷା ପାଇବେ ବୋଲି ଲିଖିତରେ ଜଣାଇଥିଲେ। ଏହି ବିଷୟକୁ ଗୁରୁଦାୟିତ୍ଵ ସହ ଅବିଳମ୍ବ ଏବଂ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଦେଇଥିବା ପ୍ରତିଶୃତି ଅନୁସାରେ ଗ୍ରାମବାସୀଙ୍କ ସମ୍ବେଦନଶୀଳତା କୁ ଦୃଷ୍ଟିରେ ରଖି ମୁଖ୍ୟ ଯନ୍ତ୍ରୀ ଶ୍ରୀ ସଂଜୀବ ଦାସ ଶର୍ମା ଆଜି ୨୨ ଜୁଲାଇ ୨୦୨୪ ରେ ଉକ୍ତ ଗ୍ରାମ ଗୁଡ଼ିକୁ ଯାଇ ଅନୁଧ୍ୟାନ କରିଛନ୍ତି ଏବଂ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଯୋଜନା ପ୍ରସ୍ତୁତି ବିଷୟରେ ଗ୍ରାମବାସୀଙ୍କୁ ଉପଯୁକ୍ତ ତଥ୍ୟ ଦେଇଛନ୍ତି। ଏହି ସମୟରେ ମୁଖ୍ୟ ଯନ୍ତ୍ରୀଙ୍କ ସହ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ନଗେନ୍ଦ୍ର ନାଥ ମହାରଣା, ଛେଲିଗଡ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଉମେଶ ପଟ୍ଟନାୟକ, ଚିକିଟି ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ରବୀନ୍ଦ୍ରନାଥ ସେଠୀ ଏବଂ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଏହି ପରିପେକ୍ଷୀରେ ଉତ୍କ ଗ୍ରାମ ଗୁଡିକର ଅଧିବାସୀ ଯଥା ଅଭିମନ୍ୟୁ ଜାନି, ସିମାଞ୍ଚଳ ଶାସମାଲ, ଦଣ୍ଡପାଣି ପାତ୍ର, ସୁଶାନ୍ତ ଗୌଡ଼, ବାବୁ ପ୍ରଧାନ, ଭାଗିରଥି ଦାଶ, ପ୍ରତାପ ଗୌଡ଼, ପ୍ରକାଶ ପ୍ରଧାନ, ଦର୍ଶନ ପ୍ରଧାନ, ହଂସ ପ୍ରଧାନ, ଇନ୍ଦ୍ରପ୍ରସାଦ ବେହେରା, ଯୋଗେନ୍ଦ୍ର ରେଡ୍ଡୀ ଏବଂ ରଘୁନାଥ ଗୌଡ଼ ସୁଶାନ୍ତ କୁମାର ସେଠୀ ଇତ୍ୟାଦି ଉପସ୍ଥିତ ଥିଲେ ଏବଂ ସେମାନଙ୍କ ସହ ଏହି ଗ୍ରାମ ମାନଙ୍କରୁ ବହୁ ସଂଖ୍ୟାରେ ଗ୍ରାମବାସୀ ମାନେ ସାମିଲ ହୋଇଥିଲେ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରୁ ବ୍ୟୁରୋ ରିପୋର୍ଟ।
