ଧରାକୋଟ,25/7/24
ଧରାକୋଟ ବ୍ଲକ ର ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ସୁଣ୍ଢିପଲି ଗ୍ରାମର ପଶ୍ଚିମ ଦିଗରେ ଥିବା ଅନ୍ଧାରୁଆ ଓ ବୋଡା ବିଲ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବାରୁ ପ୍ରାୟ ଦଶ ଏକର ଜମିର ଧାନ ତଳି ପଚି ଶଢୀ ନଷ୍ଟ ହୋଇଯାଇଛି । ଏହା ଦ୍ବାରା ପ୍ରାୟ କୋଡ଼ିଏ ରୁ ଅଧିକ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ବେଶ ପ୍ରଭାବିତ ହୋଇଛନ୍ତି । ସଂପୃକ୍ତ ଅଂଚଳରେ ପାଣି ନିଷ୍କାସନ ପାଇଁ ରହିଥିବା କଲଭରଟ କୁ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ସମୟରେ ଭାଙ୍ଗି ଦିଆଯାଇଥିଲା । ଯାହା ଫଳରେ କସେଇ ଜନ୍ନହିଖୋଲ ଘାଇ ଓ ବିଲ ମାଳ ର ପାଣି ଗାଁ ମୁଣ୍ଡ ପଶ୍ଚିମ ପାର୍ଶ୍ଵରେ ଜମି ରହୁଛି। ଏଣୁ ଖରିଫ ଓ ରବି ଉଭୟ ଫସଲ ନଷ୍ଟ ହେଉଛି । ଏ ସମ୍ପର୍କରେ ସ୍ଥାନୀୟ ଚାଷୀ ମାନେ ଧରାକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ, ବି ଡି ଓ ଏବଂ ତହସିଲଦାର ଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏଣୁ ଚାଷୀ ମୁଣ୍ଡରେ ହାତ ଧରି ବସିଛି। ଏପରିକି ବର୍ଷାପାଣି ସୁଣ୍ଢିପଲି ଗାଁ ଭିତରେ ମଧ୍ୟ ପଶୁଛି। ଏଣୁ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏଥିପାଇଁ ଦୃଷ୍ଟି ଦେଇ ସଂପୃକ୍ତ ରାସ୍ତାରେ ନୂତନ କଲଭରଟ୍ ନିର୍ମାଣ ପାଇଁ ଗାଁ ଲୋକଙ୍କ ସହ ଅଞ୍ଚଳ ବାସି ଦାବୀ କରିଛନ୍ତି।
