କୋଦଳା
ଦୀର୍ଘ ଦିନ ହେଲା ଚାଷୀ ଧାନ ଅମଳ କରି ଆନ୍ଧ୍ର ବେପାରୀଙ୍କୁ ବିକ୍ରୟ କରୁଥିଲେ ମଧ୍ୟ ସରକାର ଧାନ ମଣ୍ଡି ଖୁଲୁନ ଥିବାରୁ ଶୁକ୍ରବାର ଦିନ ଋଷିକୂଲ୍ୟା ରୟତ ମହାସଭା ବେଗୁନିଆପଡା ଶାଖା ତରଫରୁ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ।ସେମାନଙ୍କ ଦାବି ହେଲା ବ୍ଲକରେ ଧାନ ମଣ୍ଡି ସମ୍ବଧୀୟ ବୈଠକ ରେ କାହିଁକି ଜଣାଯାଉନି, ସରକାରୀ ନିୟମ ଅନୁସାରେ ମଣ୍ଡି ପଏଣ୍ଟ ଓ ପି ପି ସି ଜରିଆରେ ଧାନ କିଣାଯାଉ, ଆଇ. ବେଲପଡା, କେ. ରାଣୀପଡ଼ା, ବୁରୁଝରୀ, ସୁମଣ୍ଡଳ, କୋଦଳା ଏନ ଏ ସି, କେ. ବରିଡା, ଶ୍ରଦ୍ଧାପୂର ପାକସ କୌଣସି ଚାଷୀର ଟୋକେନ ଲାପସ ନ ହେବା ପାଇଁ ଦୃଢ ପଦକ୍ଷେପ ନିୟନ୍ତୁ, ବ୍ଲକ, ସୋସାଇଟି ଜରିଆରେ ଟିକିନିଖି ସୂଚନା ଚାଷୀ ମାନଙ୍କୁ ଜଣାଇବା ବ୍ୟବସ୍ଥା କରାଯାଉ । ଆଜି କୋଦଳା ତହସିଲଦାର ଙ୍କୁ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ମନୋଜ ସାହୁ, ଅରୁଣ ସ୍ୱାଇଁ, ଭଗବାନ ସାହୁ, ଜଗନ୍ନାଥ ପଣ୍ଡା, ରାମକୃଷ୍ଣ ଜେନା, ଗୋପୀନାଥ ସ୍ୱାଇଁ, ବ୍ରଜ ଚରଣ ପ୍ରଧାନ ଙ୍କ ସମେତି ଅନେକ ଚାଷୀ ଉପସ୍ଥିତ ଥିଲେ ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
