ବ୍ରହ୍ମପୁର (୧୬/୦୮/୨୦୨୪)
ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଂସାର ଏବଂ ଆମ୍ବପୁଆ ରାମକୃଷ୍ଣ ଆଶ୍ରମ ପରିସରସ୍ଥିତ ବିବେକାନନ୍ଦ ଆଦିବାସୀ ଛାତ୍ରାବାସର ମିଳିତ ଉଦ୍ୟମରେ ଭାରତର ୭୮ତମ ସ୍ବାଧୀନତା ଦିବସ ପାଳିତ ହେଲା। ପରିଚାଳନା ମୁଖ୍ୟ ଡଃ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ସଭାରେ ସଂସାରର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ୟୁନିସେଫ୍ କାଉନସିଲ ଏୱ।ର୍ଡି ବିଶିଷ୍ଠ ସମାଜସେବୀ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଉଦବୋଧନରେ କହିଲେ ଯେ, ଆମେ ସବୁ ଭାରତୀୟ ତ୍ରିରଙ୍ଗା ଆମର ଜାତୀୟ ପତାକା ଦେଶର ସ୍ବାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କଙ କୋଟି କୋଟି ପ୍ରଣାମ। ସେମାନଙ୍କ ଅବଦାନକୁ ଘରେ ଘରେ ପରିଚିତ କରାଇବା ପାଇଁ ହରଘର ତ୍ରିରଙ୍ଗା ଅତି ଗୁରୁତ୍ବପୂର୍ଣ୍ଣ ଏବଂ ଭାରତର ପ୍ରକୃତ ସ୍ବାଧୀନତା ତଥା ବିକାଶ ପାଇଁ ଅର୍ଥନୈତିକ ସଂରକ୍ଷଣକୁ ତୁରନ୍ତ ଲାଗୁ କରାଯିବା ଆବଶ୍ୟକ।
ଏଥିରେ ସୁପରିଚିତ ସମାଜସେବୀ ଡଃ ମଧୂସୁଦନ ସାହୁ ମୁଖ୍ୟ ବକ୍ତା ଭାବେ କହିଲେ ଯେ, ପ୍ରକୃତ ସ୍ବାଧୀନତା ଏବଂ ସାମଗ୍ରିକ ବିକାଶ ପାଇଁ ଅର୍ଥନୈତିକ ସଂରକ୍ଷଣକୁ ଗୁରୁତ୍ବ ନିଆ ନ ଗଲେ ଦେଶର ଜାତୀୟତା ତଥା ଅଖଣ୍ଡ ଭାରତର ସଂକଳ୍ପ ଦିବା ସ୍ୱପ୍ନ। ଅଧ୍ୟକ୍ଷଙ୍କ ଅଭିଭାଷଣରେ ଡଃ ପଣ୍ଡା କହିଲେ, ଦୀର୍ଘ ୭୮ ବର୍ଷର ସ୍ବାଧୀନ ପରେ ମଧ୍ୟ ଆଦିବାସୀ ହରିଜନ ଏବଂ ଗରିବ ଦଳିତଙ୍କ ପରିସ୍ଥିତି ଅତି ଉତ୍କଟ। ସ୍ବାଭିମାନ ଏବଂ ସ୍ବାବଲମ୍ବୀ ସମାଜ ଗଠନର ଦ୍ୱାହି ଦେଇ ଶାସନ ପ୍ରଶାସନର ବଡ଼ ପଣ୍ଡାମାନେ ଯେଉଁ ଭଳି ବ୍ରିଟିଶ୍ କାଇଦାରେ ସମାଜରେ ଶୋଷଣ ଏବଂ ନିର୍ଜାତନ ଚଳାଇଛନ୍ତି, ନ୍ୟାୟ ବ୍ୟବସ୍ଥାକୁ ଯେପରି ପେଶା ଖେଳରେ ପରିଣତ କରିଛନ୍ତି, ସେ ଦିଗରେ ପ୍ରତ୍ୟେକ ଭାରତବାସୀ ସମୀକ୍ଷା କରି ସାମୁହିକ ଉଦ୍ୟମ ନ କଲେ ରାଷ୍ଟ୍ରରେ ଗଣ ବିଦ୍ରୋହକୁ କେହି ରୋକି ପାରିବେ ନାହିଁ। ଏଣୁ ବେଳ ଥାଉଁ ଆମେ ସବୁ ସତର୍କ ହୋଇ କାମ କରିବାକୁ ପଡ଼ିବ। ଏହି ଅବସରରେ ଛାତ୍ରାବାସର ଅନ୍ତଃବାସୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ବୁକ୍ ଡିସ୍ ପ୍ଲେ, ଚିତ୍ରାଙ୍କନ, ଝୋଟି ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଶେଷରେ ଅନାମ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ୟୁରୋ ରିପୋର୍ଟ IJB ନ୍ୟୁଜ୍।
