You are currently viewing ବଡ଼ ବରଙ୍ଗା ପଞ୍ଚାୟତରେ ଦୁର୍ନୀତି ବିରୋଧରେ ଲଢେଇ କରି ଲୋକଙ୍କ ଅସ୍ଥାଭାଜନ ହୋଇ ନିଜେ ସରପଞ୍ଚ ହେବାପରେ ଦୁର୍ନୀତିରେ ଲିପ୍ତ ଥିବା ନେଇ ସରପଞ୍ଚଙ୍କ ବିରୋଧରେ ବିଡ଼ିଓଙ୍କୁ ଦାବିପତ୍ର ,
ବଡ଼ ବରଙ୍ଗା ପଞ୍ଚାୟତରେ ଦୁର୍ନୀତି ବିରୋଧରେ ଲଢେଇ କରି ଲୋକଙ୍କ ଅସ୍ଥାଭାଜନ ହୋଇ ନିଜେ ସରପଞ୍ଚ ହେବାପରେ ଦୁର୍ନୀତିରେ ଲିପ୍ତ ଥିବା ନେଇ ସରପଞ୍ଚଙ୍କ ବିରୋଧରେ ବିଡ଼ିଓଙ୍କୁ ଦାବିପତ୍ର ,

ପୁରୁଷୋତ୍ତମପୁର ତା-୨୭/0୮/ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ବଡ଼ ବରଙ୍ଗା ପଞ୍ଚାୟତର କରନ୍ଦାଳପଲ୍ଲୀ ଗ୍ରାମ ବାସୀ ମାନେ ବିଭିନ୍ନ ସମସ୍ୟା ଓ ଦୁର୍ନୀତି ସମ୍ବଦ୍ଧିୟ ବିଷୟରେ ବିଡ଼ିଓ ମନୋଜ କୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଲେ ଗ୍ରାମବାସୀ l ପ୍ରକାଶ ଥାଉକି ଗତ ୨0୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯୁବ ଓ ଛାତ୍ର ନେତା ଭାବେ ଜଣା ଶୁଣା ଏନ ଭାସ୍କର ଦୋରାଙ୍କ ନେତୃତ୍ୱ ବଡ଼ ବରଙ୍ଗା ପଞ୍ଚାୟତର ବିଭିନ୍ନ ସ୍କିମରେ ଦୁର୍ନୀତି ହୋଉଥିବାରୁ ପଞ୍ଚାୟତର ଲୋଙ୍କଙ୍କୁ ଏକତ୍ରିତ କରି ବିଭିନ୍ନ ସମୟରେ ବ୍ଲକକୁ ଯାଇ ବିଡ଼ିଓ, ଜିଲ୍ଲାପାଳଙ୍କ ପାଖକୁ ଯାଇ ଦୁର୍ନୀତି ଉପରେ ଦୁଷ୍ଟିଆକ୍ରଷଣ କରିବା ପରେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଇବାରେ ସଫଳ ହୋଇଥିଲେ l ଏହା ପରେ ପଞ୍ଚାୟତ ବାସୀଙ୍କ ଆସ୍ଥାଭାଜନ ହୋଇ ୨0୨୨ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦୀ କରି ତୁଙ୍ଗ ନେତାମାନଙ୍କୁ ପାଣି ପେଇଦେଇ ସରପଞ୍ଚ ଭାବେ ନିର୍ବାଚନରେ ବିଜେୟୀ ହୋଇଥିଲେ l ବଡ଼ ବରଙ୍ଗା ପଞ୍ଚାୟତରେ ଦୁର୍ନୀତି ବିରୋଧ ଲଢେଇ କରି ନିଜେ ସରପଞ୍ଚ ହେବା ପରେ ପଞ୍ଚାୟତ ବିଭିନ୍ନ ଗ୍ରାମରେ ମହାଦୁର୍ନୀତ ହୋଇଥିବା ଅଭିଯୋଗ ହୋଇଆସୁଚି l ବିନାଅନୁମତି ରେ ସ୍କୁଲର ଶ୍ରେଣୀ ଗୃହ ଭାଙ୍ଗିବା, ଗଛ ନ ଲଗାଇ ନିଜ ସମ୍ପକୀୟଙ୍କ ନାମରେ ବିଲ କରାଇବା, ମୋ ଉପକାରୀ ବଗିଚା ପକଳ୍ପରେ କରି ଯୋଉଁ ଜାଗାରେ ବୃକ୍ଷରୋପଣ ଲଗାଯାଇଚି ବୋଲି ସ୍ଥାନ ଦର୍ଶା ଯାଇଚି ସେହି ସ୍ଥାନରେ କୌଣସି ଚାରା ଲଗାନଯାଇ ମିଥ୍ୟା ବିଲ କରାଯାଉଇଚି ସେହିଭିଲ ସ୍ଥାନ କିଛି ନାହିଁ ବୋଲି ନ୍ୟାୟ ସରପଞ୍ଚ କେ ଲଷ୍ମୀ ରେଡି, ସମିତି ସଭ୍ୟ ବିଷ୍ଣୁ ଦୋରା, ସ୍କୁଲ ପରିଚାଳନା ସଭାପତି ନୀଳାଞ୍ଚଳ ରେଡି, ପୂର୍ବତନ ସରପଞ୍ଚ ଦମ୍ବୁରୁ ରେଡି, ଗ୍ରାମବାସୀ ପ୍ରଦୀପ ରେଡି, ଗୌରାଙ୍ଗ ରେଡି, ଲକ୍ଷ୍ମଣ ରେଡି,ମିଳିତ ଭାବେ ପୁରୁଷୋତ୍ତମପୁର ବ୍ଲକ ଆସି ସରପଞ୍ଚ ଏନ ଭାସ୍କର ଦୋରାଙ୍କ ଦୁର୍ନୀତିରେ ଲିପ୍ତ ଥିବା ନେଇ ସରପଞ୍ଚଙ୍କ ବିରୋଧରେ ବିଡ଼ିଓ ମନୋଜ କୁମାର ନାୟକଙ୍କୁ ଦାବିପତ୍ର l ଏହାର ଫୁଙ୍କାନ ଫୁଙ୍କ ତଦନ୍ତ କରି ସରପଞ୍ଚଙ୍କ ବିରୋଧରେ ଦୃଡ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଦାବୀରେ ଉଲେକ୍ଷ କରି ଅନୁରୋଧ କରିଛନ୍ତି