You are currently viewing ସେବା ସମବାୟ ସମିତିରେ ଧାନ କ୍ରୟ ପାଇଁ ସଚେତନତା ବୈଠକ
ସେବା ସମବାୟ ସମିତିରେ ଧାନ କ୍ରୟ ପାଇଁ ସଚେତନତା ବୈଠକ

କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଏସ. ଛଚିନା ସେବା ସମବାୟ ସମିତି ରେ ବୁଧବାର ଦିନ ଖରିଫ ଧାନ କ୍ରୟ ପାଇଁ ଏକ ସଚେତନତା ବୈଠକ ସଭାପତି ସିମାଞ୍ଚଳ ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସରକାର ମଣ୍ଡିରେ ସ୍ୱଚ୍ଛତା ଆଣିବା ସହ ସମବାୟ ମାଧ୍ୟମରେ ଧାନ କ୍ରୟ କରିବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରୁଛନ୍ତି । କ୍ୱିଣ୍ଟାଲ ପ୍ରତି 31 ସହ ଟଙ୍କାରେ ଚଳିତ ବର୍ଷ ଧାନ କ୍ରୟ କରିବାକୁ ସରକାର ଘୋଷଣା କରିଛନ୍ତି । ତେଣୁ ଏଥିରେ କୌଣସି ଘୋଟଲା ଯେପରି ନ ହୁଏ ସେଥିପାଇଁ ମଣ୍ଡି ପଏଣ୍ଟକୁ ସତର୍କ ନଜର ରହିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏଫ ଏ କିୟୁ ମାନର ଧାନ ଠିକ ଓଜନ ର ଧାନ ଦେଇ ଉଚିତ ପ୍ରାପ୍ୟ ପାଇବା ପାଇଁ କହିଥିଲେ । ମିଲର ମାନେ ଭଲ ଧାନକୁ ଖରାପ କହି 2/3 କେଜି ଅଧିକ ଧାନ ନେଉଥିବା ଚାଷୀ ମାନେ ଅଭିଯୋଗ କରିଥିଲେ ।କୌଣସି ଚାଷୀ ଯେପରି ଅସୁବିଧା ର ସମ୍ମୁଖୀନ ନ ହୁଅନ୍ତି ସେଥି ପ୍ରତି ଦୃଷ୍ଟି ଦେବା, ଧାନ କ୍ରୟରେ ଚାଷୀ ମାନେ ସହଯୋଗ କରିବା ଆଦି ବିଷୟରେ ସଚେତନତା କରାଯାଇଛି । ଏଥିରେ ସହକାରୀ ଉପ ନିବନ୍ଧକ ଜି. କୃଷ୍ଣ ମୂର୍ତ୍ତି ରାଓ , ଏସ. ଛଚିନା ସରପଞ୍ଚ ଗୀତାଞ୍ଜଳି ସେଠି , ଏସ. ଛଚିନା ସେବା ସମବାୟ ସମିତି ସମ୍ପାଦକ ନୀଳାଞ୍ଚଳ ନାୟକ , ବସନ୍ତ କୁମାର ଭୂୟାଁ,ବୁଲା ଡାକୁଆ, ପ୍ରଭାତ କୁମାର ଜେନା ଓ ଶୁକଦେବ ନାୟକଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।