ଖଲ୍ଲିକୋଟ: ତା: ୧୦/୧୨ରିଖ, ଓଡିଆ ଭାଷା ସାହିତ୍ଯ ଓ ସଂସ୍କୃତି ବିଭାଗ ଦ୍ଵାରା ପରିଚାଳିତ ସ୍ଥାନୀୟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ବ୍ୟବହାରିକ କଳା ବିଭାଗ ତରଫରୁ ଏକ ଫଟୋଗ୍ରାଫି କର୍ମଶାଳା ଉଦ୍ ଯାପିତ ହୋଇଯାଇଅଛି । ଏହି କର୍ମଶାଳାରେ ଓଡିଶାର ଦୁଇ ପ୍ରମୁଖ କଳା ମହାବିଦ୍ୟାଳୟ ଯଥା ସରକାରୀ ଚାରୁ କଳା ମହାବିଦ୍ୟାଳୟ ଓ ଭୁବନେଶ୍ବର ସ୍ଥିତ ବିଭୂତି କାନୁନଗୋ ଚାରୁ କଳା ମହାବିଦ୍ୟାଳୟରୁ ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗନେଇ ଫଟୋଗ୍ରାଫି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରବୀଣ ଫଟୋଗ୍ରାଫର ଶ୍ରୀ ସମରେନ୍ଦ୍ର ଦାଶ ଓ ଯୁବ ଫଟୋଗ୍ରାଫର କୁମାରୀ ଅଳକା ମିଶ୍ର ଯୋଗ ଦେଇ ପିଲା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କ୍ରମରେ ଖଲ୍ଲିକୋଟ ଅଞ୍ଚଳର ନୈଶର୍ଗିକ ରୂପ ମାଧୁର୍ଯ୍ୟ, ସାମାଜିକ କଥା ବସ୍ତୁ, ଚାଲିଚଳନ, ମନ୍ଦିର ଓ ସାଂସ୍କୃତିକ କଥା ବସ୍ତୁକୁ ଆଧାର କରି ଫଟୋଚିତ୍ର ଉତ୍ତୋଳନ କରାଯାଇଥିଲା । ଏହାକୁ ଉଦ୍ଘାଟନ କରି ଥିଲେ ବିଶିଷ୍ଟ ଚିତ୍ର ଶିଳ୍ପୀ ତଥା ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ମଲ୍ଲିକ,

ଏହି ଅବସରରେ ଉଭୟ ପ୍ରବୀଣ ଫଟୋଗ୍ରାଫରଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ବିଭୂତି କାନୁନଗୋ ଚାରୁକଳା ମହାବିଦ୍ୟାଳୟରୁ ଅତିଥି ଅଧ୍ୟାପକ ଶ୍ରୀ ବାସନ ଟୁଡୁ ଏବଂ ସରକାରୀ ଚାରୁ କଳା ମହାବିଦ୍ୟାଳୟର ଅଧ୍ୟାପକ ସର୍ବ ଶ୍ରୀ ତ୍ରିନାଥ ମହାନ୍ତି, ବିପିନ ବିହାରୀ ମାର୍ଥା, ବିପିନ ଚନ୍ଦ୍ର ସେଠି, ପୂର୍ଣ୍ଣ ଚନ୍ଦ୍ର ଦାସ, ଶ୍ରୀଧୀରେନ କୁମାର ବେହେରା, ଦୀପ୍ତି ରଞ୍ଜନ ଓଝା , ଟିଟସ ଦଳ ବେହେରା, ଶକ୍ତିମାନ ପଣ୍ଡା ଓ ଅସୁମିତା ନାୟକ (ଅତିଥି ଅଧ୍ୟାପକ) ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ କଳା ସଂରଚନାର ଭୂୟସି ପ୍ରସଂଶା କରି ଥିଲେ ।

ଭାଗ ନେଇ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହାକୁ ପରିଚାଳନା କରିଥିଲେ ବିଭାଗୀୟ ବରିଷ୍ଠ ଉପଦେଷ୍ଟା ଶ୍ରୀ ନିଗମାନନ୍ଦ ସ୍ଵାଇଁ ଏବଂ ଧନ୍ଯବାଦ ଅର୍ପଣ କରିଥିଲେ ଅତିଥି ଅଧ୍ୟାପିକା ଅସୁମିତା ନାୟକ ,
ରିପୋର୍ଟ:
ମାଧବ ବେହେରା (ଖଲ୍ଲିକୋଟ)
