You are currently viewing ହରକଂ ଆବିର୍ଭାବ : ଚଳଚଞ୍ଚଳ କବିସୂର୍ଯ୍ୟନଗର ରାଜନୀତି ।
ହରକଂ ଆବିର୍ଭାବ : ଚଳଚଞ୍ଚଳ କବିସୂର୍ଯ୍ୟନଗର ରାଜନୀତି ।

କୋଦଳା
ଶୃଙ୍ଖଳିତ ଭାବେ ପଞ୍ଚାୟତ ନିର୍ବାଚନ ଓ ଏନ୍‌ଏସି ନିର୍ବାଚନରେ ନିଜକୁ ଦୂରେଇ ରଖି ଦଳୀୟ ଆସ୍ଥା ଭାଜନ ହୋଇଥିବା କୋଦଳାର ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡି ନେତା ହର ପ୍ରସାଦ ସାହୁ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଜିରୋ ନାଇଟ୍ ସେଲିବ୍ରେସନ୍ କୁ ନେଇ ଏହି ଚର୍ଚ୍ଚା ଏବେ ଅଧିକ ଆରମ୍ଭ ହୋଇଛି। ବେଗୁନିଆପଡ଼ା ଠାରେ ଜିରୋ ନାଇଟ୍ ସେଲିବ୍ରେସନ୍ ଅବସରରେ ଦୁଇ ଦୁଇଟି ସାମାଜିକ ନାଟକ ଉଦଘାଟନର ୨ ମୁଖ୍ୟ ଅତିଥିଙ୍କୁ ନେଇ ଏବେ ସରଗରମ ହୋଇ ଯାଇଛି ରାଜନୀତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିରୋ ନାଇଟ୍ ଅର୍ଥାତ୍ ଡିସେମ୍ବର ୩୧ ରାତିରେ ନବବର୍ଷ ସେଲିବ୍ରେସନ୍ ପାଇଁ ଏକ ସାମାଜିକ ନାଟକ “କହ୍ନେଇ ରାଜା ମୋ ବାଇଦ ବଜା” ବେଗୁନିଆପଡ଼ା ଜଗତି ସାହିରେ ଅନୁଷ୍ଠିତ ହୋଇଯାଇଛି।
ତେବେ ନାଟକ ତଥା ସେଲିବ୍ରେସନ୍ ର ମୁଖ୍ୟ ଅତିଥି ଥିଲେ କୋଦଳା ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ଓ ତାଙ୍କ ଧର୍ମପତ୍ନୀ ସୁନୀତା ପ୍ରଭା ସାହୁ। କୋଦଳା ଠାରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଶ୍ରୀ ସାହୁ ବାହାରି ହଜାର ହଜାର ସମର୍ଥକଙ୍କ ସହ ହାଇ ଭୋଲଟେଜ୍ ରୋଡ୍ ସୋ ରେ ବେଗୁନିଆପଡ଼ା ବଜାର ପରିକ୍ରମା କରିଥିଲେ ହର ସମର୍ଥକ। ମଞ୍ଚ ଉପରେ ନେତା, ସାହିତ୍ୟିକ, ସାମାଜିକର୍ମୀକଂ ଗହଣରେ ବଖାଣିଥିଲେ ମନକଥା।
ସେପଟେ ବିଧାୟିକା ଲତିକା ପ୍ରଧାନ ମଧ୍ୟ ବେଗୁନିଆପଡ଼ା ନୂଆଁ ସାହିରେ ଅନ୍ୟ ଏକ ମଞ୍ଚରେ ସାମାଜିକ ନାଟକ ପରିବେଷଣର ମୁଖ୍ୟ ଅତିଥି ଭାବେ ଜିରୋ ନାଇଟ୍ ସେଲିବ୍ରେସନ୍ କରିଛନ୍ତି ।ସେ ତାଙ୍କର ସମର୍ଥକଙ୍କ ସହ ବିଭିନ୍ନ ଜନପ୍ରତିନିଧି ମାନଙ୍କ ଗହଣରେ ରୋଡ୍ ସୋ ଏବଂ ନାଟକ “ବାବୁ ମତେ ଭିକ ଦିଅ “ଉଦଘାଟନ କରିଛନ୍ତି।
ତେବେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଉଭୟ ନେତାଙ୍କ ରୋଡ୍ ସୋ ଓ ପଟୁଆର ରାଜନୈତିକ ବାତାବରଣକୁ ଚଳଚଞ୍ଚଳ କରିଥିବା ଚର୍ଚ୍ଚା ହେଉଛି। ନାଟକ ଉଦଘାଟନ ପୂର୍ବରୁ ଉଭୟ ନେତାଙ୍କ ଏକାଧିକ ହୋଡିଂ, ବ୍ଯାନର, ଆଲୋକ ସଜ୍ଜାକୁ ନେଇ ରାଜନୈତିକ ସମୀକ୍ଷକ ଆକଳନ ଆରମ୍ଭ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ କବିସୂର୍ଯ୍ୟନଗର ରୁ ବିଜେଡି ବିଧାୟକ ଟିକେଟ୍ ପାଇଁ ନିଜ ଅଞ୍ଚଳର ନେତା ଭାବେ ହର ପ୍ରସାଦ ସାହୁ ହିଁ ପ୍ରଥମ ଦାବିଦାର ବୋଲି କହୁଛନ୍ତି ତାକଂ ସମର୍ଥକ। ସେପଟେ ଖଲ୍ଲିକୋଟ ରାଣୀଙ୍କ ଭୂମିକା କଣ ରହିବ ତାହା ସନ୍ଦେହ ଘେରରେ ଥିବା ବେଳେ ବର୍ତ୍ତମାନର ବିଧାୟିକା ଲତିକା ପ୍ରଧାନ ମଧ୍ୟ ରେସ୍ ରେ ରହିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ଦିନରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି କି ମୋଡ ନେଉଛି ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି।
ଗତ କିଛି ଦିନ ଧରି ନିରବତା ଅବଲମ୍ବନ କରିଥିବା ହର ପ୍ରସାଦ ସାହୁ ହଠାତ୍ ଆବିର୍ଭାବ ହୋଇଛନ୍ତି। ଗଞ୍ଜାମ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ କୋଦଳାର ପୂର୍ବତନ ନଗରପାଳ ହରପ୍ରସାଦ ସାହୁଙ୍କ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ ଏବେ ସରଗରମ ହେବାରେ ଲାଗିଛି କବିସୂର୍ଯ୍ୟନଗର ରାଜନୀତି। ପୂର୍ବରୁ ବିଜୁ ଜନତା ଦଳରୁ ନିଲମ୍ବନ ପରେ ସ୍ବାଧୀନରେ ଥାଇ ବିଜୁ ଜନତା ଦଳର ସୁପ୍ରିମୋଙ୍କୁ ନେତା ମାନୁଥିବା ଶ୍ରୀ ସାହୁ ଏକଦା ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓକଂ ଗୋଟି ଚାଳନା ଯୋଗୁଁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ ସୁଧା ନିଜକୁ ଜଣେ ଦାୟିତ୍ବବାନ, ସୁ ସଂଗଠକ, ଶୃଙ୍ଖଳିତ ନେତା ଭାବରେ ଲୋକକଂ ନିକଟରେ ବେଶ୍ ଆସ୍ଥା ପ୍ରକଟ କରି ପାରିଛନ୍ତି।୨୦୧୪ ରେ ସ୍ବାଧୀନ ଭାବେ ବିଧାୟକ ପ୍ରାର୍ଥୀ ଭାବେ ଲଢି ୪୫ ହଜାରରୁ ଊର୍ଦ୍ଧ୍ବ ଭୋଟ୍ ହାତେଇଥିବା ଶ୍ରୀ ସାହୁ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିରାଟ ସଂଗଠନ କରି ଚର୍ଚ୍ଚାକୁ ଆସିଥିବା ବେଳେ ବିଜେଡ଼ି ଟିକେଟ୍ ପାଇଁ ହକଦାର ଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଲତିକା ପ୍ରଧାନକୁଂ ଟିକେଟ୍ ଦେଇ ହରକଂ ଉପରୁ ନିଲମ୍ବନ ପ୍ରତ୍ଯାହାର କରିଥିଲେ ବିଜେଡି ସୁପ୍ରିମୋ। ପରବର୍ତ୍ତୀ ସମୟରେ ଶୃଙ୍ଖଳିତ ଭାବେ ପଞ୍ଚାୟତ ନିର୍ବାଚନ ଓ ଏନ୍‌ଏସି ନିର୍ବାଚନରେ ନିଜକୁ ଦୂରେଇ ରଖି ଦଳୀୟ ଆସ୍ଥା ଭାଜନ ହୋଇଥିବା କୁହାଯାଉଛି। ତେବେ ସୁପ୍ରିମୋ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହା ଦେଖିବାକୁ ବାକିରହିଲା।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।