You are currently viewing ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ହକି ବିଶ୍ୱକପ୍ ଫିଭର୍
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ହକି ବିଶ୍ୱକପ୍ ଫିଭର୍

ବେଲଗୁଣ୍ଠା, 03/01, ଚଳିତ ବର୍ଷ ଓଡ଼ିଶାରେ ପୂରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ହକି ଫିଭର୍ ଦେଖାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ବିଭିନ୍ନ ରଙ୍ଗୋଲି, ଓ୍ୱାଲ୍ ପୋଷ୍ଟର୍, ପ୍ରଚାର ପତ୍ର ଏବଂ ହକି ସଚେତନତା ମଞ୍ଚ ପ୍ରସ୍ତୁତ ହୋଇ ସମଗ୍ର ଅନୁଷ୍ଠାନଟି ହକିମୟ ହୋଇପଡ଼ିଛି I ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ତ୍ୱରାନ୍ୱିତ କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମଣ୍ଡଳୀ ତଥା ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଡ. ଗୁରୁମୂର୍ତ୍ତୀ ନାୟକ,ସନ୍ତୋଷ କୁମାର ପାଣିଗ୍ରାହୀ,ଅଜୟ କୁମାର ବିଶ୍ୱାଳ, ଡ. ପ୍ରଫୁଲ୍ଲ କୁମାର ଜେନା, ସପନ କୁମାର ପ୍ରଧାନ,ଅଶୋକ କୁମାର ପ୍ରଧାନ,ପିଇଟି ବିଶ୍ୱରଞ୍ଜନ ସ୍ୱାଇଁ, ଗ୍ରନ୍ଥାଗାରୀକ ରଞ୍ଜିତ୍ କୁମାର ସାମଲ୍ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ