You are currently viewing ଭାଲିଆଝୋଳl ପ୍ରକଳ୍ପ ଉ. ପ୍ରା. ବିଦ୍ୟାଳୟରେ ବାର୍ଷିକ ଉତ୍ସବ।
ଭାଲିଆଝୋଳl ପ୍ରକଳ୍ପ ଉ. ପ୍ରା. ବିଦ୍ୟାଳୟରେ ବାର୍ଷିକ ଉତ୍ସବ।

ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭାଲିଆଝୋଳଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉଚ୍ଛଵ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ କୁରେଶ ସେଠୀ,ବରେଣ୍ୟ ଅତିଥି ଭାବେ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲିଙ୍ଗରାଜ ସ୍ୱାଇଁ,ମୁଖ୍ୟବକ୍ତା ଭାବେ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଭାଗ ମୁଖ୍ୟ ଡ.କୈଳାଶ ଚନ୍ଦ୍ର ସ୍ୱାଇଁ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ଏବଂ ଶ୍ରୀମତୀ ରିତଞ୍ଜଳି ରଥ,ରଘୁନାଥ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ମହାରଣା,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦୀନବନ୍ଧୁ ବେହେରା,ରାମଚନ୍ଦ୍ରପୁର ସରପଞ୍ଚ ଶ୍ରୀଯୁକ୍ତ ଅଳୟ କୁମାର ଦାସ, ସି. ଆର୍.ସି.ସି. ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ କାପଲ୍ ଗୋପାଳ ଭାବେ ଯୋଗ ଦେଇଥିଲେ। ଉକ୍ତ ବାର୍ଷିକ ଉତ୍ସବ ଅତିଥି ମାନଙ୍କ ଦ୍ଵାରା ଉଦ୍ଘାଟନ କରାଯଇଥିଲା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।ଅତିଥି ମାନଙ୍କ ଦ୍ଵାରା ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ଆଧ୍ୟାତ୍ମିକ ବାଣୀ ଓ ମୂଲ୍ୟବାନ ତଥ୍ୟ ସମ୍ବଳିତ ଅଭିଭାଷଣ ପ୍ରଦାନ କରାଯାଇଥିଲା ।ତତ୍ପରେ ଅତିଥି ମାନଙ୍କ ଦ୍ଵାରା ପୁରାତନ ପ୍ରଧାନ ଶିକ୍ଷକ,ପୁରାତନ ସି. ଆର. ସି.ସି. ,ସାନଖେମୁଣ୍ଡି ବ୍ଲକ ର ସମସ୍ତ ସି. ଆର୍. ସି. ସି. ଏବଂ ଆମ ବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

।ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଏକ ସଚେତନତା ମୂଳକ ନାଟକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଉତ୍କ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଦିବସିନି ମହାରଣା,ପଦ୍ମିନୀ କୁମାରୀ ପ୍ରଧାନ,ମିନତି ପ୍ରଧାନ, ଜ୍ୟୋତିର୍ମୟୀ ସାହୁ,ଅନିତା ପ୍ରଧାନ,ନନ୍ଦିନୀ ଗୌଡ଼ ଓ ଏସ. ଏମ. ସି ସଦସ୍ୟ/ସଦସ୍ୟା ଏବଂ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।