ସ୍ବାଧିନତା ଦିବସ ପରିପ୍ରେକ୍ଷୀରେ ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ଦ୍ଵାରା ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀ କଲେଜ ରୁ ଏକ ବିଶାଳ ରାଲି ରେ ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟ ରେ ଛାତ୍ର ଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଶୋଭାଯାତ୍ରାରେ ଯୁବ ରେଡ୍ କ୍ରସ୍ ଏବଂ.


ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ସମେତ ସମସ୍ତ ଛାତ୍ର ଛାତ୍ରୀ ଭାଗ ନେଇ ଥିଲେ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଶଙ୍କର ପ୍ରସାଦ ଅଧିକାରୀ ରାଲି ର ଶୁଭାରମ୍ଭ କରିଥିଲେ। ଛାତ୍ର ଛାତ୍ରୀ ମାନେ ଗାନ୍ଧୀ ଛକ ରେ ପହଞ୍ଚି ଜାତୀୟ ସଙ୍ଗୀତ ଗାନ କରିଥିଲେ।


କାର୍ଯ୍ୟକ୍ରମ ରେ ସଂଯୋଜନା ସହ ଶୋଭାଯାତ୍ରା ପ୍ରାରମ୍ଭ ରେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ଶପଥ ପଠନ ସହ ଉଦବୋଧନ ଦେଇଥିଲେ।


ଏହି ସମୟ ରେ ଶିକ୍ଷା ଅଧିକାରିଣୀ ସୁଧାଂଶୁ ମୁଖି ପାଢ଼ୀ, ଯୁବ ରେଡ୍ କ୍ରସ ଅଧିକାରିଣୀ ସଲିନା ବେହେରା, ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ସଞ୍ଜୟ ଭୂୟାଁ, ପ୍ରଶାସନିକ ଅଧିକାରୀ ତ୍ରିଲୋଚନ ଦାସ, ସହ କୋଷ ଅଧିକାରୀ ଗୌତମ ରଣା, ଅଧ୍ୟାପକ ପ୍ରଫୁଲ୍ଲ ମହାରଣା, ଆକାଶ ପାଢ଼ୀ, ଶ୍ରୀକାନ୍ତ ସାହୁ, କେଶବ ହାଁସଦା ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।



