ଆସିକା,୧୧/୮ ସରସ୍ବତୀ ଶିଶୁ ମନ୍ଦିରରେ ସଂଙ୍କୁଳସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟକ ପତିନିଧି ସନ୍ଦିପ କୁମାର ପାଢ଼ୀ ଦୀପ ପଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁନିଲ କୁମାରଗୌଡ଼ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । ଦକ୍ଷିଣ ପୂର୍ବ ସଂଭାଗର ସଂପାଦକ ଶ୍ରୀ ଦିପକ କୁମାର ମହାରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିଶୁ ମାନଙ୍କ ମାର୍ଗଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ବିଭାଗର ନିରକ୍ଷକ ଶ୍ରୀ ସରୋଜ କୁମାର, ଶିଶୁଙ୍କୁ ଦିଗ୍ ଦର୍ଶନ ଦେଇଥିଲେ । ସଭାପତି ସୁଭାଷ ଚନ୍ଦ୍ର ସେନାପତି, ସଂପାଦକ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ, ଶ୍ରୀ କିରଣ କୁମାର ପାଢୀ, ଶ୍ରୀ ଜଗନ୍ନାଥ ସେଠୀ ପ୍ରେରଣା ଦାୟୀ ଉଦବୋଧନ ପ୍ରଦାନ କରିଥିଲେ । ଉକ୍ତ ସଂଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ୮ଟି ଶିଶୁ ମନ୍ଦିରର ଶିଶୁ, ବାଲ ଓ କିଶୋର ବର୍ଗର ୪୫୦ ଜଣ ପତିଭାଗୀ ଅଂଶ ଗ୍ରହଣ କରିଥିଲେ । ନିର୍ଣ୍ଣାୟକ ଭାବେ ୩୭ ଜଣ ଶିକ୍ଷକ ଓ ଶିକ୍ଷତ୍ରୀ ଯୋଗ ଦେଇଥିଲେ । ଉକ୍ତ ବିଜ୍ଞାନ ମେଳାରେ ୪୮ଟି ବିଜ୍ଞାନ ପକଳ୍ପ , ୩୫ଟି ଗଣିତ ପକଳ୍ପ ନେଇ ଶିଶୁ ଉପସ୍ଥିତ ଥିଲେ । ସହିପରି ଗଣିତିକ ପ୍ରୟୋଗ ୧୬ ଜଣ, ଗଣିତ ପତ୍ରବାଚନ୧୬ ଜଣ, ବିଜ୍ଞାନ ପତ୍ରବାଚନ ୨୪ଜଣ, ଗଣିତ ପ୍ରଶ୍ନମଞ୍ଚ ୨୪ ଜଣ, ମୃର୍ତ୍ତିକଳା ୧୬ ଜଣ, ଲୋକଗୀତ ୮ ଜଣ, କଥାକଥନ, ତାତ୍କାଳିକା, ଲୋକନୃତ୍ୟ, ଭାଷଣରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଣିତ ଓ ବିଜ୍ଞାନ ବିଭାଗର ଅନୀତା ତ୍ରିପାଠୀ, ଲିପ୍ ସା ଦୋରା, ସୁଚିତ୍ରା ମହାପାତ୍ର, ଗୀତାଞ୍ଜଳି ସାବତ, ସଂଯୁକ୍ତା ପଣ୍ଡା,କୃତ୍ତିବାସ ମହାପାତ୍ର, ରବୀନ୍ଦ୍ର ସାହୁ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରି ସଫଲ୍ୟ ମାଣ୍ଡିତ କରିଥିଲେ ।

